ଗମ୍ଭୀରଙ୍କ ଗୁଗ୍‌ଲି: ‘ଇମ୍ରାନ ଆତଙ୍କବାଦୀଙ୍କ ଆଦର୍ଶ’

ନୂଆଦିଲ୍ଲୀ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ମିଳିତ ଜାତିସଂଘରେ ଦେଇଥିବା ଭାରତ ବିରୋଧୀ ଭାଷଣକୁ ପୂର୍ବତନ କ୍ରିକେଟର ତଥା ପୂର୍ବ ଦିଲ୍ଲୀରୁ ବିଜେପି ସାଂସଦ ଗୌତମ ଗମ୍ଭୀର ତୀବ୍ର ସମାଲୋଚନା କରିଛନ୍ତି। ଇମ୍ରାନଙ୍କ ଉପରେ ବଡ଼ ଧରଣର ଆକ୍ରମଣ କରି ଗମ୍ଭୀର ତାଙ୍କୁ ଆତଙ୍କବାଦୀଙ୍କ ଆଦର୍ଶ ଭାବେ ବର୍ଣ୍ଣନା କରିଛନ୍ତି। ସେହିଭଳି ଇମ୍ରାନଙ୍କୁ ବର୍ଜନ କରିବାକୁ କ୍ରୀଡ଼ା ଜଗତକୁ ଆହ୍ବାନ କରିଛନ୍ତି। ଗମ୍ଭୀର ଏହି ବିଷୟରେ ଟ୍ବିଟ୍ କରି କହିଛନ୍ତି ଯେ କ୍ରୀଡ଼ାବିତ୍ ନିଜ ଉତ୍ତମ ଆଚାର ବ୍ୟବହାର, ନୀତି ଆଦର୍ଶ ତଥା ଖେଳୁଆଡ଼ ମନୋଭାବ ସହ ପ୍ରଭାବଶାଳୀ ବ୍ୟକ୍ତିତ୍ବ ପାଇଁ କୋଟି କୋଟି ପ୍ରଶଂସକଙ୍କ ଆଦର୍ଶ ପାଲଟି ଥାଆନ୍ତି। ନିକଟରେ ମିଳିତ ଜାତିସଂଘରେ ଜଣେ କ୍ରୀଡ଼ାବିତ୍ ଆତଙ୍କବାଦୀଙ୍କ ଆଦର୍ଶ ଭଳି ଭାଷଣ ଦେଇଥିଲେ। ଇମ୍ରାନ ଖାନଙ୍କୁ କ୍ରୀଡ଼ା ସମୁଦାୟ ବହିଷ୍କାର କରିବା କଥା। ପ୍ରକାଶଯୋଗ୍ୟ ଯେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ୧୯୯୨ ମସିହାରେ ପ୍ରଥମ ଥର ପାଇଁ କ୍ରିକେଟ୍ ବିଶ୍ବକପ୍ ଜିତାଇବାରେ ପ୍ରମୁଖ ଭୂମିକା ତୁଲାଇଥିଲେ। ତାଙ୍କ ନେତୃତ୍ବରେ ହିଁ ପାକିସ୍ତାନ ବିଶ୍ବକପ୍ ଜିତିବାର ସ୍ବପ୍ନ ପୂରଣ କରିଥିଲା। ଅବସର ପରେ ସେ ରାଜନୀତିରେ ଯୋଗ ଦେବା ସହ ପାକିସ୍ତାନର ପ୍ରଧାନମନ୍ତ୍ରୀ ପଦ ଅଳଙ୍କୃତ କରିଛନ୍ତି। ଗମ୍ଭୀର ମଧ୍ୟ ପାକିସ୍ତାନ କ୍ରିକେଟ୍ ଦଳର ଆଉ ଜଣେ ଅଧିନାୟକ ସାହିଦ ଆଫ୍ରିଦିଙ୍କ ସହ ନିୟମିତ ହେଉଥିବା‌ କଥା କଟାକଟିର କାରଣ ଦର୍ଶାଇଛନ୍ତି। ଆଫ୍ରିଦିଙ୍କ ସହ ସଂପର୍କ ଖରାପ ହେବା ‌ମୋ ଉପରେ କୌଣସି ପ୍ରଭାବ ପକା‌ଏ ନାହିଁ। ତାଙ୍କୁ ବ୍ୟକ୍ତିଗତ ଆକ୍ଷେପ କରି ମୁଁ କିଛି ଭୁଲ କରି ନାହିଁ ବୋଲି ଗମ୍ଭୀର କହିଛନ୍ତି।

ସମ୍ବନ୍ଧିତ ଖବର