ମଣିପୁରରେ ହେବ କ୍ରୀଡ଼ା ବିଶ୍ୱବିଦ୍ୟାଳୟ:ଲୋକସଭାରେ ବିଲ୍‌ ଆଣିଲେ ସରକାର

ନୂଆଦିଲ୍ଲୀ: ମଣିପୁରରେ ଜାତୀୟ କ୍ରୀଡ଼ା ବିଶ୍ୱବିଦ୍ୟାଳୟ ସ୍ଥାପନ ଲାଗି ସୋମବାର ଲୋକସଭାରେ ସରକାର ବିଲ୍‌ ଆଣିଛନ୍ତି। ‘ଜାତୀୟ କ୍ରୀଡ଼ା ବିଶ୍ୱବିଦ୍ୟାଳୟ ବିଲ୍‌ ୨୦୧୮’କୁ କ୍ରୀଡ଼ାମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂହ ରାଠୋର ଲୋକସଭାରେ ଉପସ୍ଥାପନ କରିଥିଲେ। ଏହି ବିଲ୍‌ ଉପସ୍ଥାପନା ପୂର୍ବରୁ ମନ୍ତ୍ରୀ ୨୦୧୭ ମଣିପୁର ବିଶ୍ୱବିଦ୍ୟାଳୟ ବିଲ୍‌କୁ ଉଠାଇ ନେଇଥିଲେ। ଏହି ବିଶ୍ୱବିଦ୍ୟାଳୟରେ କ୍ରୀଡ଼ା ବିଜ୍ଞାନ, ପ୍ରଯୁକ୍ତି, ପରିଚାଳନା ଏବଂ ପ୍ରଶିକ୍ଷଣ ଭଳି ବିଷୟବସ୍ତୁ ରହିବ। ଜାତୀୟ କ୍ରୀଡ଼ା ବିଶ୍ୱବିଦ୍ୟାଳୟ ବିଲ୍‌ ୨୦୧୭ ଅଗଷ୍ଟ ୨୦୧୭ରେ ଉପସ୍ଥାପିତ ହୋଇଥିଲା। ହେଲେ ଏହା ପାରିତ ହୋଇ ନଥିଲା।

ସମ୍ବନ୍ଧିତ ଖବର