ଟର୍ନିଂ ପଏଣ୍ଟ ହେବ

ରାମେଶ୍ୱର ସ୍ପୋର୍ଟିଂର ପ୍ରଥମ ଅନ୍ତର୍ଜାତୀୟ କ୍ରିକେଟ୍‌ର ହେବାକୁ ଯାଉଛନ୍ତି ରାଜେଶ ମହାନ୍ତି। ତାଙ୍କ ଗୁରୁ, ମାର୍ଗଦର୍ଶକ, ବଡ଼ ଭାଇ ଏବଂ ପ୍ରେରଣାର ଉତ୍ସ ଦୀପକ ମଙ୍ଗରାଜ ଏହି ଖବରରେ ବେଶ୍‌ ଉଲ୍ଲସିତ। ଲମ୍ବା ପରିଶ୍ରମର ଫଳ ମିଳିଛି। ନିଜ ଅଧୁରା ସ୍ୱପ୍ନ ପରବର୍ତୀ ପିଢ଼ିଙ୍କ ରୂପରେ ବାସ୍ତବତାରେ ପରିଣତ ହେବାକୁ ଯାଉଛି ବୋଲି କହିଥିଲେ ବିଗତ ଦିନର ଦ୍ରୁତ ବୋଲର ତଥା ଓସିଏ କନିଷ୍ଠ ଚୟନ ସମିତି ଅଧ୍ୟକ୍ଷ ଦୀପକ ମଙ୍ଗରାଜ। ରାଜେଶ ନିଜ କଠିନ ପରିଶ୍ରମ, ସଚ୍ଚୋଟତା, ନିଷ୍ଠାର ସୁଫଳ ପାଇଛି। ତାକୁ ଦିଆଯାଉଥିବା କାମରେ ସେ କୌଣସି ଭାବେ ଢିଲା କରେ ନାହିଁ। ଓଡ଼ିଶା ରଣଜୀ ଦଳର ପୂର୍ବତନ ପ୍ରଶିକ୍ଷକ ବଲ୍‌ବିନ୍ଦର ସିଂହ ସାନ୍ଧୁ ଯେଭଳି ମୋ ଖେଳ ଜୀବନରେ ଟର୍ନିଂ ପଏଣ୍ଟ୍‌ ସାଜିଥିଲେ ଏବେ ସେହିଭଳି ରାଜେଶଙ୍କ କ୍ଷେତ୍ରରେ ହେବାକୁ ଯାଉଛି ବୋଲି ମୋର ଅନୁଭବ। ଓଡ଼ିଶା କ୍ରିକେଟ୍‌ ସଂଘ, ଆଶୀର୍ବାଦ ବେହେରା, ଧୀରେନ ପଲ୍ଲାଇ ପ୍ରମୁଖଙ୍କ ସମର୍ଥନ ବିନା ଏହା ସମ୍ଭବ ହୋଇପାରିନଥାନ୍ତା ବୋଲି କହିଥିଲେ ରାମେଶ୍ୱର ସ୍ପୋର୍ଟିଂ ସମ୍ପାଦକ ଦୀପକ।

ସମ୍ବନ୍ଧିତ ଖବର