ଗମ୍ଭୀର ଦିଲ୍ଲୀ ଡେୟାର ଡେଭିଲ୍ସ ଅଧିନାୟକ

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଫ୍ରାଞ୍ଚାଇଜ୍‌ ଦିଲ୍ଲୀ ଡେୟାର ଡେଭିଲ୍ସ ବୁଧବାର ଭାରତୀୟ ଦଳର ପାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ଗୌତମ ଗମ୍ଭୀରଙ୍କୁ ଅଧିନାୟକ ଭାବେ ନିଯୁକ୍ତ କରିଛି। ଫଳରେ ପୁଣି ଥରେ ନିଜ ରାଜ୍ୟ ଦଳ ଦିଲ୍ଲୀ ଡେୟାର ଡେଭିଲ୍ସକୁ ୭ ବର୍ଷ ପରେ ଗମ୍ଭୀରଙ୍କ ଲେଉଟାଣି ହୋଇଛି। ୨୦୧୦ ପରେ ସେ କୋଲ୍‌କାତା ନାଇଟ୍‌ ରାଇଡର୍ସ (କେକେଆର୍‌) ନେତୃତ୍ୱ ନେଇ ୨ ଥର ଟ୍ରଫି ଜିତାଇବାରେ ସଫଳ ହୋଇଥିଲେ। କିନ୍ତୁ ଆଇପିଏଲ୍‌ର ଏକାଦଶ ସଂସ୍କରଣ ଲାଗି କେକେଆର୍‌ ତାଙ୍କୁ ପାଖରେ ନରଖି ନିଲାମ ପାଇଁ ଛାଡ଼ି ଦେଇଥିଲା। ଏହି ନିଲାମରେ ଗମ୍ଭୀରଙ୍କୁ ଦିଲ୍ଲୀ ଦଳ ୨.୮ କୋଟି ଟଙ୍କାରେ କିଣିଥିଲା। ମୋ ରାଜ୍ୟ ଦଳକୁ ଫେରିବା ସହ ଅଧିନାୟକ ପଦ ମିଳିବା ବଡ଼ ସମ୍ମାନର କଥା। ଏହି ଦାୟିତ୍ୱ ମୋ ରାଜ୍ୟ ପାଇଁ କିଛି କରିବାର ସୁଯୋଗ ଆଣି ଦେଇଛି। ଯେଉଁଠୁ କ୍ରିକେଟ୍‌ ଖେଳି ସବୁକିଛି ପାଇଛି। ଏବେ ଏହାକୁ ଶୁଝିବାର ବେଳ ଆସିଛି ବୋଲି ଗମ୍ଭୀର କହିଛନ୍ତି। ଏମିତିକି ଜଣେ ଶ୍ରେଷ୍ଠ କ୍ରିକେଟ୍‌ ତାରକା ରିକି ପଣ୍ଟିଂଙ୍କ ଅଧୀନରେ କାମ କରିବାର ସୁଯୋଗ ମଧ୍ୟ ମିଳିଛି। ଯାହକୁ ମୁଁ ଉତ୍ସାହ ସହିତ ଅପେକ୍ଷା କରି ରହିଛି ବୋଲି ଗୌତି କହିଛନ୍ତି। ଗୌତି ଜଣେ ଶ୍ରେଷ୍ଠ ଅଧିନାୟକ। ତାଙ୍କ ନେତୃତ୍ୱରେ ଦଳ ଆଗାମୀ ଆଇପିଏଲ୍‌ରେ ଭଲ କରିବ ବୋଲି ମୋର ଆଶା ରହିଛି ବୋଲି ପ୍ରଶିକ୍ଷକ ରିକି ପଣ୍ଟିଂ କହିଛନ୍ତି।

ସମ୍ବନ୍ଧିତ ଖବର