ଗୁଣନିଧି କପ୍ କ୍ବାର୍ଟର୍‌ରେ ଗଣ୍ଡରପୁର

ଭୁବନେଶ୍ବର: ପୁରୁଣା ଭୁବନେଶ୍ବରର ଲିଙ୍ଗରାଜ କ୍ଲବ୍ ପକ୍ଷରୁ ସ୍ଥାନୀୟ ବିଏମ୍ ହାଇସ୍କୁଲ୍ ପଡ଼ିଆରେ ଆୟୋଜିତ ତ୍ରୟୋଦଶ ଗୁଣନିଧି କପ୍‌ ଫୁଟ୍‌ବଲ୍ ପ୍ରତିଯୋଗିତାର କ୍ବାର୍ଟର୍‌ ଫାଇନାଲ୍‌ରେ ବାରଙ୍ଗର ଗଣ୍ଡରପୁର ସ୍ପୋର୍ଟିଂ ପ୍ରବେଶ କରିଛି। ମଙ୍ଗଳବାର ମ୍ୟାଚ୍‌ରେ ଗଣ୍ଡରପୁର ଦଳ ୫-୩ ଟ୍ରାଇବ୍ରେକର୍‌ ଗୋଲ୍‌ରେ ସରଣକୁଳର ଲଡ଼ୁକେଶ ଦୌଡ଼କୁଦ ସଂଘକୁ ପରାସ୍ତ କରିଥିଲା। ନିର୍ଧାରିତ ସମୟରେ ‌ମ୍ୟାଚ୍‌ ଗୋଲ୍‌ଶୂନ୍ୟ ଭାବେ ଶେଷ ହେବାରୁ ଫଳାଫଳ ପାଇଁ ଟ୍ର‌ାଇବ୍ରେକର୍‌ର ସହଯୋଗ ‌ନିଆଯାଇଥିଲା। ଟ୍ରାଇବ୍ରେକର୍‌ରେ ଗଣ୍ଡରପୁର ପକ୍ଷରୁ ଦୀପ୍ତି ମାଝୀ, ଦୀନବନ୍ଧୁ ଦାସ, ଯୁବରାଜ ପଢ଼ିଆରି, ନିରଞ୍ଜନ ବେହେରା ଏବଂ ରଞ୍ଜିତ ଜେନା ଗୋଲ୍‌ ଦେଇଥିଲେ। ସରଣକୁଳ ପକ୍ଷରୁ ସଞ୍ଜୟ ସାହୁ, ପପୁ ଓ ପ୍ରଶାନ୍ତ କୁମାର ସାହୁ ‌ଗୋଲ୍‌ ଦେବାକୁ ସକ୍ଷମ ହୋଇଥିଲେ। ଅଶୋକ କୁମାର କହଁର ରେଫରି ଥିଲା ବେଳେ ତାଙ୍କୁ ଲାଇନ୍‌ରେ ପ୍ରଫୁଲ୍ଲ ବେହେରା, ଅମ୍‌ଜାଦ ଖାନ୍‌, ସାଗରି ଅହମ୍ମଦ ସହୟତା କରିଥିଲେ। ଆଦିତ୍ୟ ନାରାୟଣ ପାଲ୍‌ କମିସନର ଥିଲେ। ଅତିଥି ଭାବେ ଅଶୋକ ଶତପଥୀ, ଶ୍ୟାମସୁନ୍ଦର ସାହୁ, ନରେନ୍ଦ୍ର କୁମାର ସେଠୀ ଓ କୁନିଆଁ ମହାସୁଆର ଯୋଗ ଦେଇଥିଲେ। ବୁଧବାର ପୁରୀର ନୀତା ଫୁଟ୍‌ବଲ୍‌ ଏକାଡେମି ଏବଂ ଭୁବନେଶ୍ବରର କଳିଙ୍ଗ ସ୍ପୋର୍ଟିଂ ମଧ୍ୟରେ ମ୍ୟାଚ୍ ଖେଳାଯିବ।

ସମ୍ବନ୍ଧିତ ଖବର