ପୁରୁଲିଆରେ ଗଣେଣ ଜେନା ପୁରସ୍କୃତ

ଭୁବନେଶ୍ବର: ରାଜ୍ୟର ପ୍ରଥମ ପୁରୁଷ ଏଭେରେଷ୍ଟ୍ ବିଜେତା ଗଣେଶ ଚନ୍ଦ୍ର ଜେନାଙ୍କୁ ପଶ୍ଚିମବଙ୍ଗରେ ପୁରସ୍କୃତ କରାଯାଇଛି। ପୁରୁଲିଆର ପଖିବାହାରଠାରେ ଅନୁଷ୍ଠିତ ରକ୍ କ୍ଲାଇମ୍ବିଂ ଏବଂ ଦୁଃସାହସିକ ଶିବିରକୁ ସଫଳତାର ସହ ପରିଚାଳନା କରିବା ଅବସରରେ ଏହି ସମ୍ମାନ ପ୍ରଦାନ କରାଯାଇଥିଲା। ଦୁଇ ଦଶନ୍ଧିରୁ ଊର୍ଧ୍ବ ସମୟ ଧରି ଦୁଃସାହସିକ କ୍ରୀଡ଼ା ସହ ଜଡ଼ିତ ଗଣେଶଙ୍କ ଏହା ୭୪ତମ ଦୁଃସାହସିକ କାର୍ଯ୍ୟକ୍ରମ ସମ୍ପୃକ୍ତି ଥିଲା। ୨୦୧୧ ମସିହାରେ ଗଣେଶ ପୂର୍ବ ଭାରତର ପ୍ରଥମ ପୁରୁଷ ଭାବେ ଏଭେରେଷ୍ଟ୍ ଆରୋହଣ କରିଥିଲେ।

ସମ୍ବନ୍ଧିତ ଖବର