ବେଙ୍ଗଲରେ ରକ୍‌ କ୍ଲାଇମ୍ବିଂ ଦଳର ନେତୃତ୍ୱ ନେଲେ ଗଣେଶ

ଭୁବନେଶ୍ୱର: ବେଙ୍ଗଲରେ ଏକ ରକ୍‌ କ୍ଲାଇମ୍ବିଂ ତଥା ଦୁଃସାହସିକ କାର୍ଯ୍ୟକ୍ରମର ନେତୃତ୍ୱ ନେଇଛନ୍ତି ଓଡ଼ିଆ ଏଭେରେଷ୍ଟର୍‌ ଗଣେଶ ଚନ୍ଦ୍ର ଜେନା। ବେଙ୍ଗଲ ଏଭେରେଷ୍ଟର୍‌ ଦୀପଙ୍କର ଘୋଷ ଏବଂ ଗଣେଷଙ୍କ ତତ୍ୱାବଧାନରେ ଓଡ଼ିଶା, ବେଙ୍ଗଲ, ଝାଡ଼ଖଣ୍ଡର ୬୮ ଜଣ ଶିଶୁ କିଶୋର ପ୍ରତିଭାଙ୍କୁ ପ୍ରକୃତି ଶିକ୍ଷା, ଦୁଃସାହସିକ କ୍ରୀଡ଼ାର ଆଦ୍ୟ ପର୍ବ ଏବଂ ରକ୍‌ କ୍ଲାଇମ୍ବିଂ କରାଇଛନ୍ତି ଏହି ଏଭେରେଷ୍ଟ ଯୋଡ଼ି। ଓଡ଼ିଶାରୁ ଅଙ୍କିତା ଜେନା ଏକମାତ୍ର ପ୍ରତିଯୋଗୀ ଭାବେ ଭାଗ ନେଇଥିଲେ। ୫ରୁ ୧୭ ବର୍ଷ ବୟସର ଏହି କ୍ରୀଡ଼ାବିତ୍‌ ମାନେ ଡିସେମ୍ବର ୨୪ରୁ ୨୭ ତାରିଖ ପର୍ଯ୍ୟନ୍ତ ପୁରୁଲିଆଠାରେ ବିବିଧ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଏହା ମଧ୍ୟରେ ଏକ ୮୦୦ ମିଟର୍‌ ପର୍ବତାରୋହଣ କରି ମଧ୍ୟ ପିଲାମାନେ ମଜା ନେଇଥିଲେ। ବେଙ୍ଗଲର ଶ୍ରୀରାମପୁରସ୍ଥିତ ଅଙ୍ଗନ ଚାରିୟେ ଅନୁଷ୍ଠାନ ପକ୍ଷରୁ ଏହି କାର୍ଯ୍ୟକ୍ରମ ପ୍ରତିବର୍ଷ ଆୟୋଜିତ ହେଉଥିବାବେଳେ ଓଡ଼ିଶାରୁ ଅଂଶଗ୍ରହଣ ନିରାଶଜନକ ରହିଥାଏ।

ସମ୍ବନ୍ଧିତ ଖବର