ଗଣେଶଙ୍କୁ ମିଳିଲା ଆର୍ଥିକ ସହାୟତା ଓ ପ୍ରାୟୋଜକ

ଭୁବନେଶ୍ୱର: ରାଜ୍ୟର ପ୍ରଥମ ପୁରୁଷ ଏଭେରେଷ୍ଟ ବିଜେତା ଗଣେଶ ଜେନାଙ୍କୁ ବୁଧବାର ମିଳିଯାଇଛି ଆର୍ଥିକ ସହାୟତା ଓ ଭବିଷ୍ୟତ ଅଭିଯାନ ପାଇଁ ଆର୍ଥିକ ପ୍ରତିଶ୍ରୁତି। ୨୦୧୧ ମସିହାର ଏଭେରେଷ୍ଟ ବିଜେତା ଗଣେଶ ଏବେ ସୁଧା ଋଣ ପରିଶୋଧ କରିପାରିନଥିବା ନେଇ ଦଶମ ବାର୍ଷିକୀ ଅବସରରେ ଅସନ୍ତୋଷ ପ୍ରକାଶ କରିବା ପରେ ତାଙ୍କ ଦାୟିତ୍ୱ ନେବାକୁ ଆଗେଇ ଆସିଛନ୍ତି କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ସାଂସଦ ଅଚ୍ୟୁତ ସାମନ୍ତ। ଗଣେଶଙ୍କୁ ବୁଧବାର ତୁରନ୍ତ ୫୦,୦୦୦ ଟଙ୍କା ପ୍ରଦାନ କରି ତାଙ୍କ ଭବିଷ୍ୟତ ଯୋଜନା ସମ୍ପର୍କରେ ପ୍ରସ୍ତାବ ଦେବାକୁ ଡକ୍ଟର ସାମନ୍ତ ଅନୁରୋଧ କରିଛନ୍ତି। ଗଣେଶ ଏଥିପାଇଁ ଡକ୍ଟର ସାମନ୍ତଙ୍କୁ ଧନ୍ୟବାଦ, ସାଧୁବାଦ ଓ କୃତଜ୍ଞତା ଜଣାଇଛନ୍ତି।

ସମ୍ବନ୍ଧିତ ଖବର