ଭୁବନେଶ୍ୱର: ହକି ଗାଙ୍ଗ୍ପୁର-ଓଡ଼ିଶା ଦଳ ଅଷ୍ଟମ ଜାତୀୟ ଉପକନିଷ୍ଠ ବାଳିକା ହକି ପ୍ରତିଯୋଗିତା (ଡିଭିଜନ୍-ଏ)ରେ ହ୍ୟାଟ୍ରିକ୍ (କ୍ରମାଗତ ତୃତୀୟ) ବିଜୟ ହାସଲ କରିଛି। ହକି ଇଣ୍ଡିଆ ଆନୁକୂଲ୍ୟରେ ହରିଆନାର ହିସାର୍ରେ ଚାଲିଥିବା ଏହି ପ୍ରତିଯୋଗିତାରେ ପ୍ରଥମ ମ୍ୟାଚ୍ରେ ଆନ୍ଧ୍ର ପ୍ରଦେଶକୁ ୪-୧ ଏବଂ ଦ୍ୱିତୀୟ ମ୍ୟାଚ୍ରେ ହିମାଚଳ ପ୍ରଦେଶକୁ ୪-୧ ଗୋଲ୍ରେ ପରାସ୍ତ କରିଥିବା ଗାଙ୍ଗ୍ପୁର ଶନିବାର ତୃତୀୟ ମ୍ୟାଚ୍ରେ ଉତ୍ତର ପ୍ରଦେଶକୁ ୫-୨ରେ ପରାସ୍ତ କରିଦେଇଛି। ଉତ୍ତର ପ୍ରଦେଶ ବିପକ୍ଷରେ ଆତେନ୍ ଟପ୍ନୋ ମ୍ୟାଚ୍ର ତୃତୀୟ ମିନିଟ୍ରେ ଗୋଲ୍ ଅଭିଯାନ ଆରମ୍ଭ କରିଥିଲା ବେଳେ ୧୩ ମିନିଟ୍ରେ ସୁନିତା ଖାଖା, ୧୫ ମିନିଟ୍ରେ ମନୀଷା ଓରାମ ଏବଂ ୧୭ ମିନିଟ୍ରେ ସୁସ୍ମିତା କେର୍କେଟା ଗୋଟିଏ ଲେଖାଏଁ ଗୋଲ୍ କରି ବ୍ୟବଧାନ ୪-୦ କରିଦେଇଥିଲେ। ୧୭ ମିନିଟ୍ ମଧ୍ୟରେ ୪ ଗୋଲ୍ ଲଦି ଦେଇ ଗାଙ୍ଗ୍ପୁର ଦଳ ବଡ଼ ବିଜୟ ଆଡକୁ ଅଗ୍ରସର ହେଉଥିଲା ବେଳେ ୨୨ ମିନିଟ୍ରେ ସାଧନା ଉତ୍ତର ପ୍ରଦେଶ ପାଇଁ ପ୍ରଥମ ଗୋଲ୍ କରି ବ୍ୟବଧାନ କମାଇଥିଲେ। ଫଳରେ ପ୍ରଥମାର୍ଧ ଶେଷରେ ଗାଙ୍ଗ୍ପୁର ଦଳ ୪-୧ରେ ଆଗୁଆ ରହିଥିଲା। ଦ୍ୱିତୀୟାର୍ଧରେ ଅବଶ୍ୟ ଊଭୟ ଦଳର ସକର୍ତତା ଯୋଗୁଁ ଗୋଲ୍ ସଂଖ୍ୟା କମିଯାଇଥିଲା। ୫୮ ମିନିଟ୍ରେ ଜ୍ୟୋତି ଛତ୍ରୀ ଗାଙ୍ଗ୍ପୁର ଦଳ ପାଇଁ ପଞ୍ଚମ ଗୋଲ୍ କରିଥିଲା ବେଳେ ୬୪ ମିନିଟ୍ରେ ବିନମ୍ରତାଙ୍କ ଗୋଲ୍ ଉତ୍ତର ପ୍ରଦେଶ ବ୍ୟବଧାନ କମାଇଥିଲେ ମଧ୍ୟ ୨-୫ରେ ଦଳ ପରାଜୟ ବରଣ କରିଥିଲା। ଗାଙ୍ଗ୍ପୁର ଦଳ ତା’ର ପରବର୍ତୀ ମ୍ୟାଚ୍ ଆସନ୍ତା ୧୫ ତାରିଖ ଦିନ କର୍ଣ୍ଣାଟକ ବିପକ୍ଷରେ ଖେଳିବ। ଦଳର କ୍ରମାଗତ ସଫଳତା ଯୋଗୁଁ ହକି ଗାଙ୍ଗ୍ପୁର-ଓଡ଼ିଶାର ମହାସଚିବ ଦେବାଶୀଷ ଗୌଡ଼ ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ଗାଙ୍ଗ୍ପୁରର ହ୍ୟାଟ୍ରିକ୍ ବିଜୟ
ଜାତୀୟ ବାଳିକା ହକି
/sambad/media/post_attachments/wp-content/uploads/2018/01/4-Hockey-Gangpur-Odisha-won-the-third-match-by-5-2-goals-against-Hockey-Uttar-Pradesh.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)