ନଟିଂହାମ: ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି ଇଂଲଣ୍ଡ ବିପକ୍ଷ ଦିନିକିଆ ଶୃଙ୍ଖଳା ପୂର୍ବରୁ ବିରାଟ କୋହଲିଙ୍କୁ ଚତୁର୍ଥ ସ୍ଥାନରେ ବ୍ୟାଟିଂ କରିବାକୁ ପରାମର୍ଶ ଦେଇଛନ୍ତି। ଏହାହେଲେ ଭାରତର ବ୍ୟାଟିଂ ଲାଇନ୍ ସନ୍ତୁଳିତ ରହିବ। ୨୦୧୭ ଶ୍ରୀଲଙ୍କା ଗସ୍ତ ବେଳୁ ଭାରତ ଏହି ସ୍ଥାନ ଲାଗି ଲୋକେଶ ରାହୁଲ, କେଦାର ଯାଦବ, ମନୀଷ ପାଣ୍ଡେ, ହାର୍ଦିକ ପାଣ୍ଡ୍ୟା, ଦିନେଶ କାର୍ତ୍ତିକ ଏବଂ ଅଜିଙ୍କ୍ୟ ରାହାଣେଙ୍କୁ ପରୀକ୍ଷା ନିରୀକ୍ଷା କରି ବିଫଳ ହୋଇଛି। ଏହି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ କୋହଲି ଶ୍ରେଷ୍ଠ ବୋଲି ଗାଙ୍ଗୁଲି ପ୍ରକାଶ କରିଛନ୍ତି। ସଦ୍ୟ ସମାପ୍ତ ଟେ୍ଵଣ୍ଟି-୨୦ ଶୃଙ୍ଖଳାରେ ଭଲ ଲାଇନ୍ଅପ୍ ଥିଲା। ରାହୁଲ ୩ ନମ୍ବରରେ ଏବଂ କୋହଲି ୪ରେ ବ୍ୟାଟିଂ କରିଥିଲେ। ମୁଁ ଭାବିଛି ଏଥି ପାଇଁ ସବୁ ଅସୁବିଧା ଦୂର ହୋଇଥିଲା। ଦିନିକିଆରେ ମଧ୍ୟ ଏପରି ହେବା ଦରକାର ବୋଲି ଗାଙ୍ଗୁଲିି ଇଂଲଣ୍ଡରେ ତାଙ୍କ ପୁସ୍ତକ ‘ଏ ସେଞ୍ଚୁରି ଇଜ୍ ନଟ୍ ଏନଫ୍’ ଉନ୍ମୋଚନ ଅବସରରେ କହିିଥିଲେ। ସେ ପୁଣି କହିଥିଲେ, ଇଂଲଣ୍ଡର ବ୍ୟାଟିଂ ଭଲ ଥିଲା ବେଳେ ବୋଲିଂ ଦୁର୍ବଳ ରହି ଥିବାରୁ ଭାରତ ସହଜରେ ଶୃଙ୍ଖଳା ଜିତିବାର ସମ୍ଭାବନା ରହିଛି। ଟେ୍ଵଣ୍ଟି-୨୦ ଶୃଙ୍ଖଳା ବିଜୟକୁ ମୁଁ ଉପଭୋଗ କରିଥିଲି। ଏହାକୁ ନେଇ ଭାରତୀୟ ଖେଳାଳିମାନେ ଖୁସି ହେବା କଥା ନୁହେଁ। କାହିଁକି ନା ଏହି ଗ୍ରୀଷ୍ମ ଗସ୍ତରେ ଆହୁରି ବହୁତ ମ୍ୟାଚ୍୍ ବାକି ରହିଛି। ତିନିଟ ଦିନିକିଆ ସାଙ୍ଗକୁ ୫ ଟେଷ୍ଟ୍ ଖେଳିବ ଭାରତୀୟ ଦଳ। ରୋହିତ ଶର୍ମାଙ୍କ ପ୍ରଦର୍ଶନକୁ ପ୍ରଶଂସା କରି ଗାଙ୍ଗୁଲି କହିଥିଲେ, ଧଳା ବଲ୍ରେ ସେ ଜଣେ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍। ଅଭିଜ୍ଞ ମହେନ୍ଦ୍ର ସିଂହ ଧୋନି, ସୁରେଶ ରାଇନା ଏବଂ ନୂଆ ତାରକା ହାର୍ଦିକ ପାଣ୍ଡ୍ୟାଙ୍କୁ ନେଇ ଦଳର ମଧ୍ୟ ଭାଗ ସୁଦୃଢ଼ ରହିଛି ବୋଲି କହିବା ସହ ଇଂଲଣ୍ଡ ଗସ୍ତରେ କଚଟି ସ୍ପିନର୍ କୁଲଦୀପ ଯାଦବଙ୍କ ପ୍ରଦର୍ଶନଙ୍କୁ ମଧ୍ୟ ପ୍ରଶଂସା କରିଥିଲେ ଗାଙ୍ଗୁଲି।
ଚତୁର୍ଥ ସ୍ଥାନରେ ଖେଳିବାକୁ କୋହଲିଙ୍କୁ ଗାଙ୍ଗୁଲିଙ୍କ ପରାମର୍ଶ
/sambad/media/post_attachments/wp-content/uploads/2018/07/sourav-kumble-pti33.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)