ରାଜ୍ୟ ସ˚ଘ ନିର୍ବାଚନରେ ପ୍ରାର୍ଥୀଙ୍କ ପାଇଁ ନିୟମ କୋହଳ: ଲଢ଼ିପାରିବେ ଶ୍ରୀନିବାସନ, ଗାଙ୍ଗୁଲି, ଜୟ

କୁଲି˚ ମାନଦଣ୍ତରୁ ବାଦ୍‌ ପଡ଼ିଲା କାର୍ଯ୍ୟକାରୀ ସମିତି ଅବଧି

ନୂଆଦିଲ୍ଲୀ: ବିଭିନ୍ନ ରାଜ୍ୟ କ୍ରିକେଟ ସ˚ଘ ନିର୍ବାଚନରେ ପ୍ରାର୍ଥୀଙ୍କ ପାଇଁ ଧାର୍ଯ୍ୟ ମାନଦଣ୍ତରେ ସାମାନ୍ୟ କୋହଳ କରାଯାଇଛି। ଶୁକ୍ରବାର ସର୍ବୋଚ୍ଚ ନ୍ୟାୟାଳୟରେ ହୋଇଥିବା ଶୁଣାଣିରେ କେବଳ ପ୍ରାର୍ଥୀଙ୍କ କୁଲି˚ ଅଫ୍‌ ଅବଧିରେ କାର୍ଯ୍ୟକାରୀ ସମିତିରେ ସଦସ୍ୟ ସମୟକୁ ବାଦ୍‌ ଦିଆଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ଫଳରେ ବେଙ୍ଗଲ କ୍ରିକେଟ ସ˚ଘ (ସିଏବି) ସଭାପତି ସୌରଭ ଗାଙ୍ଗୁଲି ଓ ଗୁଜୁରାଟ କ୍ରିକେଟ ସ˚ଘ ସମ୍ପାଦକ ଜୟ ଶାହା ନିର୍ବାଚନରେ ଲଢିବା ନିଶ୍ଚିତ ହୋଇଛି। ଏଥିସହିତ ତାମିଲନାଡୁ କ୍ରିକେଟ ସ˚ଘ ନିର୍ବାଚନ ପାଇଁ ନ୍ୟାୟାଳୟ ଅନୁମତି ପ୍ରଦାନ କରିଛନ୍ତି। ତେବେ ଫଳାଫଳକୁ ଘୋଷଣା ନକରିବାକୁ କୁହାଯାଇଛି। ଜଷ୍ଟିସ୍‌ ଏସ୍‌ଏ ବୋଡେ ଓ ଏଲ୍‌ ନାଗେଶ୍ବର ରାଓଙ୍କ ଖଣ୍ତପୀଠରେ ହୋଇଥିବା ଏହି ଶୁଣାଣିରେ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଫଳାଫଳ ପ୍ରକାଶ ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି।

କୋର୍ଟ ତାଙ୍କର ଅନ୍ତରୀଣ ନିର୍ଦ୍ଦେଶରେ କହିଛନ୍ତି ଯେ କର୍ମକର୍ତ୍ତା ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କ କ୍ଷେତ୍ରରେ ଅନ୍ୟାନ୍ୟ ଅଯୋଗ୍ୟ ମାନଦଣ୍ତ ଲାଗୁ ହେବ। କୋର୍ଟଙ୍କ ଏଭଳି ନିଷ୍ପତ୍ତିକୁ ସିଏବି ଯୁଗ୍ମ ସମ୍ପାଦକ ଅଭିଷେକ ଡାଲମିଆ ସ୍ବାଗତ କରିଛନ୍ତି। ରାଜ୍ୟ ସ˚ଘ ଆବେଦନକୁ କୋର୍ଟ ଗ୍ରହଣ କରିବା ସହ ଏଭଳି ନିର୍ଦ୍ଦେଶ ଦ୍ବାରା ଆମକୁ ଆଶ୍ବସ୍ତି ମିଳିଛି। ତଥାପି ପୂର୍ଣ୍ଣାଙ୍ଗ ରାୟର କପିକୁ ଅପେକ୍ଷା କରାଯାଇଥିବା ସେ କହିଛନ୍ତି। ସେହିପରି ଟିଏନ୍‌ସିଏ ପକ୍ଷରୁ କିଛି ନିୟମାବଳୀ ଉପରେ ସ୍ପଷ୍ଟିକରଣ ଲୋଡ଼ାଯାଇଥିଲା। ତେବେ କୋର୍ଟ ସବୁକିଛି ସ୍ପଷ୍ଟ କରିସାରିଥିବାରୁ ଆଗକୁ କିଛି ଦିନ ମଧ୍ୟରେ ବୈଠକ ଡକାଇ ନିର୍ବାଚନ ଶେଷ କରାଯିବ। ଅନ୍ୟ କିଛି ରାଜ୍ୟ ସ˚ଘ ପରି ଟିଏନ୍‌ସିଏ ତାହାର ସମ୍ବିଧାନକୁ ବିସିସିଆଇ ସ୍ବୀକୃତି ପାଇଁ ପଠାଇନଥିବା ସିଓଏ ପକ୍ଷରୁ କୋର୍ଟଙ୍କୁ ଅବଗତ କରାଯାଇଥିଲା। କିନ୍ତୁ ଏହି ନିର୍ଦ୍ଦେଶନାମା ପରେ ତାମିଲନାଡୁର ଏନ୍‌ ଶ୍ରୀନିବାସନ ଯଦିଓ ପୂର୍ବରୁ ଲୋଧା ସମିତି ସୁପାରିସ ଅନୁଯାୟୀ ଅଯୋଗ୍ୟ ହୋଇଥିଲେ, ଏବେ କିନ୍ତୁ ବିସିସିଆଇ କ୍ଷମତା ଲଢେଇ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ତଥାପି କିଛି ରାଜ୍ୟ ସ˚ଘ ସେପ୍ଟେମ୍ବର ୨୮ ତାରିଖ ସୁଦ୍ଧା ନିର୍ବାଚନ ଶେଷ କରିବା ସମ୍ଭବ ନଥିବାରୁ ବିସିସିଆଇ ଏଜିଏମ୍‌ ତାରିଖ କିଛି ଦିନ ଘୁଞ୍ଚାଯିବା ଭଳି ସମ୍ଭାବନା ସୃଷ୍ଟି ହୋଇଛି। ଏହା ଉପରେ କୋର୍ଟ ସମସ୍ତ ନିଷ୍ପତ୍ତି ଆମିକସ୍‌ କ୍ୟୁରିଙ୍କ ଉପରେ ଛାଡ଼ିଦେଇଛନ୍ତି। ହେଲେ ପ୍ରଶାସନିକ ସମିତି ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବିସିସିଆଇ ନିର୍ବାଚନ ଅକ୍ଟୋବର ୨୨ ତାରିଖରୁ ପରିବର୍ତ୍ତନ କରାଯିବାକୁ କୌଣସି ଯୋଜନା ନାହିଁ। ଥରେ ନିର୍ବାଚନ ଶେଷ ହେବା ପରେ ତାହାର ଏକ ରିପୋର୍ଟ ବନ୍ଦ ଲଫାଫାରେ ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ପ୍ରଦାନ କରାଯିବ ଏବ˚ ସିଓଏର କାର୍ଯ୍ୟକାଳ ସେହିଦିନ ଶେଷ ହେବ।

ସମ୍ବନ୍ଧିତ ଖବର