ବର୍ମିଂହାମ: ଚଳିତ ବିଶ୍ବକପ୍ରେ ପ୍ରଥମ ଖେଳାଳି ଭାବେ ରୋହିତ ଶର୍ମା ୩ ଶତକ ହାସଲ କରିଛନ୍ତି। ଦକ୍ଷିଣ ଆଫ୍ରିକା (୧୨୨) ଏବଂ ପାକିସ୍ତାନ (୧୪୦) ବିପକ୍ଷ ଶତକ ପରେ ରବିବାର ଇଂଲଣ୍ଡ ବିପକ୍ଷରେ ୧୦୨ ରନ୍ କରିଛନ୍ତି। ଏହା ରୋହିତଙ୍କ ଦିନିକିଆ ଖେଳ ଜୀବନର ୨୫ତମ। ପୂର୍ବରୁ ୨୦୧୫ରେ ସେ ବାଂଲାଦେଶ ବିପକ୍ଷରେ ନିଜ ପ୍ରଥମ ବିଶ୍ବକପ୍ (୧୩୭) ଶତକ ହାସଲ କରିଥିଲେ। ମୋଟ ଉପରେ କିନ୍ତୁ ଚତୁର୍ଥ ବିଶ୍ବକପ୍ ଶତକ ହାସଲ କରି ରୋହିତ ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ସମକକ୍ଷ ହୋଇଛନ୍ତି। ସଚିନ ତେନ୍ଦୁଲକର ସର୍ବାଧିକ ୬ ଶତକ ସହିତ ଆଗରେ ରହିଛନ୍ତି। ରୋହିତ ଏବଂ ଗାଙ୍ଗୁଲି ସମାନ ୪ ଲେଖାଏଁ ମାରି ମିଳିତ ଦ୍ବିତୀୟରେ ରହିଛନ୍ତି। ଅନ୍ୟ ଭାରତୀୟ ଭାବେ ଶିଖର ଧାୱନ (୩), ରାହୁଲ ଦ୍ରାବିଡ଼ (୨), ବୀରେନ୍ଦ୍ର ସେହବାଗ (୨), ବିରାଟ କୋହଲି (୨) ପଛକୁ ପଛ ରହିଛନ୍ତି। କପିଳ ଦେବ, ସୁନୀଲ ଗାଭାସ୍କର, ବିନୋଦ କାମ୍ବିଲୀ, ଅଜୟ ଜାଦେଜା, ଯୁବରାଜ ସିଂହ, ସୁରେଶ ରାଇନା ଗୋଟିଏ ଲେଖାଏଁ ବିଶ୍ବକପ୍ ଶତକ ହାସଲର ଗୌରବ ମଧ୍ୟ ପାଇଛନ୍ତି। ଚଳିତ ବିଶ୍ବକପ୍ରେ ରୋହିତ ୫ ଜଣ ଖେଳାଳିଙ୍କୁ ପଛରେ ପକାଇଛନ୍ତି। ସକିବ୍ ଅଲ୍ ହାସନ୍, କେନ୍ ୱିଲିୟମସନ୍, ଆରୋନ୍ ଫିଞ୍ଚ୍, ଡେଭିଡ୍ ୱାର୍ନର, ଜୋ ରୁଟ୍ ଦୁଇଟି ଲେଖାଏଁ ଶତକ ହାସଲ କରିଛନ୍ତି।
ଗାଙ୍ଗୁଲି=ରୋହିତ, ବିଶ୍ବକପ୍ ଶତକ ୪-୪
ପ୍ରଥମ ଖେଳାଳି ଭାବେ ଚଳିତ ବିଶ୍ବକପ୍ରେ ମାରିଲେ ୩ ଶତକ
/sambad/media/post_attachments/wp-content/uploads/2019/07/Rohit-750x430.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)