ଗାଙ୍ଗୁଲିଙ୍କ ପସନ୍ଦର ପ୍ରାରମ୍ଭିକ ଯୋଡ଼ି ବିଜୟ-ରାହୁଲ

ଲଣ୍ଡନ୍‌: ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ୍‍ ପାଇଁ ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ନିଜ ପସନ୍ଦର ପ୍ରାରମ୍ଭିକ ଯୋଡ଼ି ଚୟନ କରିଛନ୍ତି। ଏଜ୍‌ବାଷ୍ଟନ୍‌ରେ ବୁଧବାରଠାରୁ ଆରମ୍ଭ ହେବାକୁ ଯାଉଥିବା ଏହି ଟେଷ୍ଟ୍‍ ଲାଗି ସେ ମୁରଲୀ ବିଜୟଙ୍କ ସହିତ ଲୋକେଶ ରାହୁଲଙ୍କୁ ପାଳି ଆରମ୍ଭ କରନ୍ତୁ ବୋଲି ପରାମର୍ଶ ଦେଇଛନ୍ତି। ଶିଖର ଧାଓ୍ଵନ ଜଣେ ଭଲ ଦିନିକିଆ ବ୍ୟାଟସମ୍ୟାନ୍‌। କିନ୍ତୁ ବିଦେଶରେ ତାଙ୍କ ଟେଷ୍ଟ୍‍ ପ୍ରଦର୍ଶନ ଭଲ ନ ଥିବାରୁ ଏଭଳି କରାଗଲେ ଭଲ। କିନ୍ତୁ ଦଳୀୟ ନିଷ୍ପତ୍ତି କ’ଣ ରହୁଛି ଦେଖିବାର ଅଛି ବୋଲି ଗାଙ୍ଗୁଲି ଅପେକ୍ଷା କରିଛନ୍ତି। ଧାଓ୍ଵନ ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ ଓ ଅଷ୍ଟ୍ରେଲିଆରେ ସଂଘର୍ଷ କରିଛନ୍ତି ଏବଂ ୧୮ ପାଳିରୁ ୨୨.୦୬ ହାରରେ ରନ୍‌ କରିଛନ୍ତି। ଇଂଲଣ୍ଡରେ ସେ ଆହୁରି ତଳକୁ ଯାଇ ୬ ପାଳିରୁ ୨୦.୩୩ ହାରରେ ରନ୍‌ କରିଛନ୍ତି। ସେ ଦୃଷ୍ଟିରୁ ମୁରଲୀ ବିଜୟ ଏବଂ ଲୋକେଶ ରାହୁଲ ଟେଷ୍ଟ୍‍ ଶୃଙ୍ଖଳାରେ ପାଳି ଆରମ୍ଭ କରିବା ଉଚିତ୍‌ ବୋଲି ଗାଙ୍ଗୁଲି କହିଛନ୍ତି। ଅନ୍ୟପକ୍ଷରେ ପୂର୍ବତନ ଇଂଲଣ୍ଡ ଖେଳାଳି ଡାରେନ୍‌ ଗଫ୍‌ କହିଛନ୍ତି, କାଉଣ୍ଟି କ୍ରିକେଟରେ ବିଫଳ ହୋଇଥିବା ଚେତେଶ୍ୱର ପୂଜାରାଙ୍କୁ ଭାରତ ଖେଳାଇବା ଉଚିତ୍‌ ନୁହେଁ। ଚଳିତ ୟର୍କସାୟାର୍‌ ପାଇଁ ଖେଳି ପୂଜାରା ୧୪.୩୩ ହାରରେ ୧୭୨ ରନ୍‌ କରିଥିବାରୁ ଗଫ୍‌ ଏଭଳି କହିଛନ୍ତି। ଅନ୍ୟପକ୍ଷରେ ବିରାଟ କୋହଲି ଇଂଲଣ୍ଡ ପାଇଁ ବିପଜ୍ଜନକ ହେବେ ବୋଲି କହିଛନ୍ତି ଇଂଲଣ୍ଡର ପୂର୍ବତନ ଅଧିନାୟକ ଗ୍ରାହମ୍‌ ଗୁଚ୍‌।

ସମ୍ବନ୍ଧିତ ଖବର