କୋଲକାତା: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ବୁଧବାର ପ୍ରକାଶ କରିଥିବା ଏକ ରହସ୍ୟମୟ ଟ୍ବିଟ୍ ସମଗ୍ର କ୍ରିକେଟ୍ ଜଗତରେ ଝଡ଼ ସୃଷ୍ଟି କରିଥିଲା। ଗାଙ୍ଗୁଲି ଏହି ଟ୍ବିଟ୍ରେ ବିସିସିଆଇ ସଭାପତି ପଦ ଛାଡ଼ିବାର ସଙ୍କେତ ଦେଇଛନ୍ତି ବୋଲି ଚାରିଆଡ଼େ ଚର୍ଚ୍ଚା ହୋଇଥିଲା। ଶେଷରେ ବିସିସିଆଇ ସଂପାଦକ ଜୟ ଶାହଙ୍କୁ ସାକ୍ଷାତକାର ଦେଇ ଏହି ଚର୍ଚ୍ଚାରେ କୌଣସି ସତ୍ୟତା ନଥିବା ସ୍ପଷ୍ଟ କରିଦେଇଥିଲେ। ଗୁରୁବାର ଗାଙ୍ଗୁଲି ମଧ୍ୟ ଏପରି ଅଙ୍କକଷାକୁ ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ‘‘ଏହା ଏକ ସାଧାରଣ ଟ୍ବିଟ୍ ଥିଲା। ଏହାକୁ ନେଇ ଏତେ ଆଲୋଚନା, ପର୍ଯ୍ୟାଲୋଚନା ଏବଂ ଚର୍ଚ୍ଚା ହେବା ମୋତେ ଚକିତ କରିଛି।’’ ବୋଲି ଗାଙ୍ଗୁଲି ନିଜ ପ୍ରତିକ୍ରିୟାରେ କହିଛନ୍ତି। ତେବେ ଆଗକୁ ସେ ଏକ ଶିକ୍ଷାଭିତ୍ତିକ ଆପ୍ ଆରମ୍ଭ କରିବାକୁ ଯାଉଛନ୍ତି। ଏହି ବିଷୟରେ ହିଁ ସେହି ଟ୍ବିଟ୍ ଥିଲା ବୋଲି ମଧ୍ୟ ଗାଙ୍ଗୁଲି ଖୋଲି କହିଛନ୍ତି। ଏହାକୁ ଭିନ୍ନ ଭାବେ ନ ନେବାକୁ ସମସ୍ତଙ୍କୁ ସେ ଅନୁରୋଧ କରିଛନ୍ତି।
‘ଇସ୍ତଫା ଝଡ଼’କୁ ନେଇ ଗାଙ୍ଗୁଲି ଚକିତ
/sambad/media/post_attachments/wp-content/uploads/2021/10/ganguly.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)