ନୂଆଦିଲ୍ଲୀ: କ୍ରିକେଟ୍ ଦୁନିଆରେ ‘ଦାଦା’ ନାମରେ ପରିଚିତ ସୌରଭ ଗାଙ୍ଗୁଲିଙ୍କ ନାମରେ ବିୟର। ଏହି ବାମହାତୀ କ୍ରିକେଟ୍ ତାରକାଙ୍କୁ ଅଷ୍ଟ୍ରେଲିଆ ପକ୍ଷରୁ ମିଳିଛି ଏପରି ସ୍ୱତନ୍ତ୍ର ସମ୍ମାନ। ଅଷ୍ଟ୍ରେଲିଆର ଏକ ବିୟର୍ ମେନ୍ୟୁରେ ‘ଫେରାଲ୍ ଗାଙ୍ଗୁଲି ମ୍ୟାଙ୍ଗୋ ଲସି’ ନାମକ ବିୟର ଦେଖିବାକୁ ମିଳିଛି। ଏହାକୁ ଜଣେ ଟ୍ବିଟର୍ ବ୍ୟବହାରକାରୀ ଅଷ୍ଟ୍ରେଲିଆ ବିୟର ମେନୁରେ ଏକ ଫଟୋ ପୋଷ୍ଟ୍ କରିବା ପରେ ଏହା ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ଭରତ ସୁଦର୍ଶନ ନାମକ ଏହି ବ୍ୟକ୍ତି ଜଣକ ନିଜ ଟ୍ବିଟର୍ ପୃଷ୍ଠାରେ ଲେଖିଛନ୍ତି, ‘ମୁଁ ସବୁବେଳେ ଭାବୁଥିଲି ଅଷ୍ଟ୍ରେଲିଆର ଲୋକେ ଗାଙ୍ଗୁଲିଙ୍କୁ ସେତେଟା ପସନ୍ଦ କରନ୍ତିନାହିଁ। ମାତ୍ର ଏବେ ଦେଖୁଛି ଯେ ଗାଙ୍ଗୁଲିଙ୍କ ନାମ ଅନୁସାରେ ଏକ ବିୟର୍ ନାମକରଣ କରି ସେମାନେ ଓଲଟା ତାଙ୍କୁ ଏକ ବଡ଼ ସମ୍ମାନ ଦେଇଛନ୍ତି।’
Advertisment
Sambad is now on WhatsApp
Join and get latest news updates delivered to you via WhatsApp