କଂପାନିଠୁ ୩୫ କୋଟି ପାଇବା ଲାଗି ହାଇକୋର୍ଟ ଗଲେ ଗାଙ୍ଗୁଲି

କୋଲକାତା : ଏକ କଂପାନି ବିରୋଧରେ ତିନି ଜଣିଆ ମଧ୍ୟସ୍ଥତା ପ୍ୟାନେଲ ପ୍ରଦାନ କରିଥିବା ୩୫ କୋଟି ଟଙ୍କାର କ୍ଷତିପୂରଣ ଆଦାୟ କରିବାକୁ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ‌ସୌରଭ ଗାଙ୍ଗୁଲି ବମ୍ବେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଗାଙ୍ଗୁଲି ତାଙ୍କ ଆବେଦନ ପତ୍ରରେ ଦର୍ଶାଇଛନ୍ତି ଯେ ପର୍ସେପ୍ଟ ଟ୍ୟାଲେଣ୍ଟ ମ୍ୟାନେଜମେଣ୍ଟ୍ ଲିମିଟେଡ୍ ଓ ପର୍ସେପ୍ଟ ଡି ମାର୍କ ଇଣ୍ଡିଆ କଂପାନି ଏପର୍ଯ୍ୟନ୍ତ ତାଙ୍କୁ ଏହି ଅର୍ଥ ପ୍ରଦାନ କରିନାହାନ୍ତି। ବରଂ କଂପାନି ଦ୍ବୟର ନିର୍ଦ୍ଦେଶକମାନେ ଯୋଜନାବଦ୍ଧ ଭାବେ କଂପାନିର ସମ୍ପତ୍ତିକୁ ଅନ୍ୟତ୍ର ସ୍ଥାନାନ୍ତର କରିଚାଲିଛନ୍ତି। କଂପାନି କିନ୍ତୁ ଏହି ବିଷୟରେ କୌଣସି ପ୍ରତିକ୍ରିୟା ଦେଇନି। ମାମଲାର ଶୁଣାଣି ପାଇଁ ଜୁଲାଇ ୨୦ ତାରିଖକୁ ଦିନ ଧାର୍ଯ୍ୟ କରାଯାଇଛି।

ସମ୍ବନ୍ଧିତ ଖବର