ନୂଆଦିଲ୍ଲୀ: ଭାରତ ୨୦୧୧ ବିଶ୍ବକପ୍ ମହେନ୍ଦ୍ର ସିଂହ ଧୋନିଙ୍କ ଅଧୀନରେ ଜିତିଥିଲା। ପୂର୍ବତନ ଅନ୍ତର୍ଜାତୀୟ ଖେଳାଳି ତଥା ବେଙ୍ଗଲ ବ୍ୟାଟସମ୍ୟାନ୍ ମନୋଜ ତିୱାରୀ କିନ୍ତୁ କହିଛନ୍ତି ଏହି ବହୁ ପ୍ରତୀକ୍ଷିତ ବିଶ୍ବକପ୍ ବିଜୟ ପଛରେ ବଡ଼ ଭୂମିକା ରହିଥିଲା ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କର। ଧୋନିଙ୍କ ନେତୃତ୍ବକୁ ପ୍ରଶଂସା କରି ତିୱାରୀ କହିଥିଲେ, ଧୋନି ଯେଉଁ ଦଳକୁ ନେଇ ବିଶ୍ବ ବିଜେତା ହୋଇଥିଲେ ସେହି ଦଳକୁ ଗାଙ୍ଗୁଲି ଗଢ଼ି ତୋଳିଥିଲେ। ତେଣୁ ଏହି ବିଜୟ ପଛରେ ଗାଙ୍ଗୁଲିଙ୍କ ବଡ଼ ଅବଦାନ ରହିଥିଲା। ଯୁବ ଏବଂ ଅଭିଜ୍ଞ ଖେଳାଳିଙ୍କ ଭଲ ମିଶ୍ରଣରେ ଗଠିତ ଦଳକୁ ନେଇ ଭାରତ ପ୍ରଥମ ଦେଶ ଭାବେ ଘରୋଇ ମାଟିରେ ବିଶ୍ବକପ୍ ବିଜେତା ହୋଇଥିଲା। ଦାଦାଙ୍କ ଦ୍ବାରା ପ୍ରେରିତ ହୋଇଥିବା ସୁରେଶ ରାଇନା, ଯୁବରାଜ ସିଂହ ଏବଂ ଧୋନି ନିଜେ ହିଁ ଭାରତର ମଧ୍ୟଭାଗକୁ ଦୃ ଢ଼ ରଖିଥିଲେ। ତାଙ୍କ ନେତୃତ୍ବ ସମୟରେ ସେ ଗଢ଼ି ତୋଳିଥିବା ଯୁବ ଖେଳାଳିମାନେ ପରବର୍ତୀ ସମୟରେ ବିଶ୍ବ ବିଜେତା ଉଭା ହୋଇଥିଲେ ବୋଲି ତିୱାରୀ ପ୍ରକାଶ କରିଥିଲେ। ଗାଙ୍ଗୁଲିଙ୍କ ନେତୃତ୍ବାଧୀନ ଦଳ ୨୦୦୩ ବିଶ୍ବକପ୍ ଫାଇନାଲକୁ ଉଠିଥିଲେ ମଧ୍ୟ ଶକ୍ତିଶାଳୀ ରିକି ପଣ୍ଟିଂଙ୍କ ଅଷ୍ଟ୍ରେଲିଆ ଦଳଠାରୁ ହାରିଯାଇଥିଲା। ଗାଙ୍ଗୁଲି କିନ୍ତୁ ସେବେଠାରୁ ବୀରେନ୍ଦ୍ର ସେହବାଗ, ଯୁବରାଜ ସିଂହ, ହରଭଜନ ସିଂହ, ଜାହିର୍ ଖାନ୍, ଆଶିଷ ନେହେରା, ଗୌତମ ଗମ୍ଭୀରଙ୍କ ଭଳି ଖେଳାଳିଙ୍କୁ ଗଢ଼ି ତୋଳିଥିଲେ। ଏମାନଙ୍କ ଅଭିଜ୍ଞତା ଧୋନିଙ୍କୁ ୨୦୧୧ ବିଶ୍ବକପ୍ ବିଜୟରେ ବଡ଼ ସହାୟକ ହୋଇଥିଲା। ଧୋନିଙ୍କ ଛକା ସହ ଭାରତର ବିଶ୍ବକପ୍ ବିଜୟ ଭାରତୀୟ କ୍ରିକେଟ୍ ଇତିହାସରେ ଆଉ ଏକ ଫର୍ଦ ଯୋଡ଼ି ହୋଇଥିଲା ବୋଲି କିଛି ଦିନ ତଳେ ଗାଙ୍ଗୁଲି ମଧ୍ୟ ପ୍ରକାଶ କରିଥିଲେ।
୨୦୧୧ ବିଶ୍ବକପ୍ ବିଜୟ ପଛରେ ଗାଙ୍ଗୁଲିଙ୍କ ଭୂମିକା
/sambad/media/post_attachments/wp-content/uploads/2020/07/ganguly.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)