ଭୁବନେଶ୍ବର: ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗରୁ ଅବସର ନେଇଥିବା ପ୍ରମୁଖ କ୍ରୀଡ଼ା ଅଧିକାରୀମାନେ ଏକାଠି ହୋଇ ଏକ ସଂଘ ଗଠନ କରିଛନ୍ତି। ରବିବାର ଗୋପାଳପୁରଠାରେ ଏକ ବାର୍ଷିକ ମିଳନ ତଥା ବୈଠକ ଅବସରରେ ଏହି ସଂଘକୁ ପଞ୍ଜିକୃତ କରିବା ସହ ବିଭିନ୍ନ କାର୍ଯ୍ୟକ୍ରମ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ବୈଠକରେ ଅଶୋକ ମହାନ୍ତି, ଗିରିଜା ମହାନ୍ତି, ଅଭୟ ପଟ୍ଟନାୟକ, ବିଦ୍ୟାଧର ପ୍ରଧାନ, ଏସ ଟୋପ୍ପୋ, ନବକିଶୋର ମିଶ୍ର, ଆର୍କେ ମଣ୍ଡଳ, କୁମାର ରଂଜନ ପଣ୍ଡା, ଅକ୍ଷୟ ପଟ୍ଟନାୟକ, ଏସକେ ପଟ୍ଟନାୟକ, ଜ୍ଞାନରଂଜନ ପରିଡ଼ା, ସନାତନ ସାହୁ, ଆର୍ ଏନ୍ ସେନାପତି, ପଙ୍କଜ ସାହୁ, ଫନୀନ୍ଦ୍ର ପ୍ରଧାନ, ପିକେ ମହାନ୍ତି, ସଚିନ୍ଦ୍ର ମାଝୀ, ଜୟରାଜ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ।
ଏକାଠି ହେଲେ ଅବସରପ୍ରାପ୍ତ କ୍ରୀଡ଼ା ଅଧିକାରୀ
/sambad/media/post_attachments/wp-content/uploads/2022/06/sfh4fs54sf654fsh5fh3fh3f1s321fh23fs.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)