ମୁକ୍ତେଶ୍ୱର-ମଦର୍ସ ସେମିଫାଇନାଲ୍‌ ଆଜି

ଭୁବନେଶ୍ୱର,: ଭୁବନେଶ୍ୱର ଦୌଡ଼କୁଦ ସଂଘ ଆନୁକୂଲ୍ୟରେ ଆୟୋଜିତ ଚତୁର୍ଦଶ ଗତିକୃଷ୍ଣ ସ୍ମାରକୀ ଫୁଟ୍‌ବଲ୍‌ ଲିଗ୍‌ (ଡିଭିଜନ୍‌-ବି)ର ଚତୁର୍ଥ ତଥା ଅନ୍ତିମ କ୍ୱାର୍ଟର ଫାଇନାଲ୍‌ରେ ୟୁନାଇଟେଡ୍‌ ୟୁଥ୍‌ ସ୍ପୋର୍ଟସ କ୍ଲବ୍‌ ବିଜୟୀ ହୋଇଛି। ଶନିବାର ଖେଳାଯାଇଥିବା ଏହି ମ୍ୟାଚ୍‌ରେ ୟୁନାଇଟେଡ୍‌ ୟୁଥ୍‌ ୩-୦ ଗୋଲ୍‌ରେ ସିଲିକନ୍‌ ଇନ୍‌ଷ୍ଟିଚ୍ୟୁଟ୍‌କୁ ଏକତରଫା ଭାବେ ପରାସ୍ତ କରି ସେମିଫାଇନାଲ୍‌ ପ୍ରବେଶ କରିଛି। ଏହି ମ୍ୟାଚ୍‌ ଶେଷ ସହିତ ସେମିଫାଇନାଲ୍‌ ପ୍ରତିଦ୍ୱନ୍ଦ୍ୱୀ ମଧ୍ୟ ଚୂଡାନ୍ତ ହୋଇଯାଇଛି। ରବିବାର ପ୍ରଥମ ସେମିଫାଇନାଲ୍‌ରେ ମୁକ୍ତେଶ୍ୱର ଫୁଟ୍‌ବଲ୍‌ କ୍ଲବ୍‌ ଓ ମଦର୍ସ ଫୁଟ୍‌ବଲ୍‌ କ୍ଲବ୍‌ ମୁହାଁମୁହିଁ ହେବାକୁ ଯାଉଥିଲା ବେଳେ ଦ୍ୱିତୀୟ ସେମିଫାଇନାଲ୍‌ ନୀଲ୍‌କମାଲ୍‌ ଫୁଟ୍‌ବଲ୍‌ କ୍ଲବ୍‌ ଓ ୟୁନାଇଟେଡ୍‌ ୟୁଥ୍‌ ସ୍ପୋର୍ଟସ୍‌ କ୍ଲବ୍‌ ମଧ୍ୟରେ ଖେଳାଯିବ। ଶୁକ୍ରବାର ତୃତୀୟ କ୍ୱାର୍ଟର ଫାଇନାଲ୍‌ରେ ନୀଲ୍‌କମାଲ୍‌ ୨-୧ ଗୋଲ୍‌ରେ ପୋଖରୀପୁଟ ସ୍ପୋର୍ଟିକୁ ପରାସ୍ତ କରି ସେମିଫାଇନାଲ୍‌ ପହଞ୍ଚିଥିଲା। ହେଲେ ଭୂଲ୍‌ବଶତଃ ଏହି ମ୍ୟାଚ୍‌ରେ ପୋଖରୀପୁଟ ବିଜୟୀ ହୋଇଥିଲା ବୋଲି ପ୍ରକାଶ ପାଇଥିଲା। ଟି ମୋହନ ରାଓ, ଚନ୍ଦ୍ରକାନ୍ତ ବାରିକ୍‌, ସୁଶାନ୍ତ ମିଶ୍ର ଓ ମନୋରଞ୍ଜନ ଖୁଣ୍ଟିଆ ଶନିବାର ମ୍ୟାଚ୍‌ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର