ଭୁବନେଶ୍ୱର: ମୁକ୍ତେଶ୍ୱର ଫୁଟ୍ବଲ୍ କ୍ଲବ୍ ପ୍ରଥମ ଦଳ ଭାବେ ଚତୁର୍ଦଶ ଗତିକୃଷ୍ଣ ସ୍ମାରକୀ ଫୁଟ୍ବଲ୍ ଲିଗ୍ (ଡିଭିଜନ୍-ବି)ର ଫାଇନାଲ୍ରେ ପହଞ୍ଚିଯାଇଛି। ଭୁବନେଶ୍ୱର ଦୌଡ଼କୁଦ ସଂଘ ଆନୁକୂଲ୍ୟରେ ଆୟୋଜିତ ଏହି ପ୍ରତିଯୋଗିତାର ରବିବାର ପ୍ରଥମ ସେମିଫାଇନାଲ୍ରେ ମୁକ୍ତେଶ୍ୱର ୪-୧ ଗୋଲ୍ରେ ମଦର୍ସ ଫୁଟ୍ବଲ୍ କ୍ଲବ୍କୁ ପରାସ୍ତ କରିଦେଇଛି। ଶୈଳେଶ ମହାନ୍ତି (୯, ୧୧ ଓ ୨୮ ମିନିଟ୍) ତିନିଟି ଓ ରାଜୀବ ଦାସ (୪୪ ମିନିଟ୍) ଗୋଟିଏ ଗୋଲ୍ କରି ମୁକ୍ତେଶ୍ୱରକୁ ବିଜୟୀ କରାଇଥିଲା ବେଳେ ମଦର୍ସ ପକ୍ଷରୁ ଏକମାତ୍ର ଗୋଲ୍ ପ୍ରିତୀଶ ପଟ୍ଟନାୟକ ୫୮ ମିନିଟ୍ରେ ଶୁଝି ଦେଇଥିଲେ। ସୁଦୀପ ଦାସ, ସୁଶାନ୍ତ ମିଶ୍ର, ଦୁର୍ଗା ଆଚାର୍ଯ୍ୟ ଓ ଟି ମୋହନ ରାଓ ମ୍ୟାଚ୍ ପରିଚାଳନା କରିଥିଲେ। ସୋମବାର ନୀଲ୍କମାଲ୍ ଫୁଟ୍ବଲ୍ କ୍ଲବ୍ ଓ ୟୁନାଇଟେଡ୍ ୟୁଥ୍ ସ୍ପୋର୍ଟସ୍ କ୍ଲବ୍ ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ୍ ଖେଳାଯିବ।
ଗତିକୃଷ୍ଣ ସ୍ମାରକୀ ଫୁଟ୍ବଲ୍: ଫାଇନାଲ୍ରେ ମୁକ୍ତେଶ୍ୱର
/sambad/media/post_attachments/wp-content/uploads/2017/10/p05394v7-3.jpg)