ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ପାଇଁ ୧ କୋଟି ଟଙ୍କା ଦାନ କଲେ କ୍ରିକେଟର୍‌ ଗୌତମ ଗମ୍ଭୀର

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ କୋଟିଏ ଟଙ୍କା ଦାନ କଲେ କ୍ରିକେଟର ତଥା ବିଜେପି ସାଂସଦ ଗୌତମ ଗମ୍ଭୀର । ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ସକାଶେ ଏହା ତାଙ୍କର ଏକ ଛୋଟ ଅବଦାନ ବୋଲି ସେ କହିଛନ୍ତି ।

ଭବ୍ୟ ରାମ ମନ୍ଦିର ନିର୍ମାଣ ପ୍ରତିଟି ଭାରତୀୟଙ୍କ ସ୍ୱପ୍ନ । ବହୁ ବର୍ଷର ବିବାଦ ପରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହେବାକୁ ଯାଉଛି । ଏହାକୁ ନିର୍ମାଣ କରିବା ପାଇଁ ସେ ଓ ତାଙ୍କ ପରିବାରର ଏହା ଏକ ଛୋଟ ଯୋଗଦାନ ବୋଲି ଗୌତମ କହିଛନ୍ତି । ଏହାବାଦ୍ ଦିଲ୍ଲୀର ବିଜେପି ନେତାମାନେ ମଧ୍ୟ ରାମ ମନ୍ଦିରର ନିର୍ମାଣ ପାଇଁ ଚାନ୍ଦା ଏକାଠି କରୁଛନ୍ତି । ଲୋକମାନେ ସ୍ୱଇଚ୍ଛାରେ ୧୦ ଟଙ୍କା, ୧୦୦ ଟଙ୍କା ଓ ୧୦୦୦ ଟଙ୍କା ମଧ୍ୟ ଦେଇପାରିବେ । ଏହି ଟଙ୍କାକୁ ନେଇ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହେବ ।

ଏହାପୂର୍ବରୁ ମଧ୍ୟ ଅନେକ ନେତା ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ପାଇଁ ଦାନ କରିସାରିଛନ୍ତି । ଏବେ ଏହି ତାଲିକାରେ ଏବେ ଗୌତମ ଗମ୍ଭୀର ସାମିଲ୍‌ ହୋଇଛନ୍ତି । ଟିମ୍ ଇଣ୍ଡିଆରେ ନିଜର ଦମଦାର ପ୍ରଦର୍ଶନ କରିବା ପରେ ଗତ ସାଧାରଣ ନିର୍ବାଚନରେ ଗୌତମ ଗମ୍ଭୀର ବିଜେପି ଟିକେଟରୁ ସାଂସଦ ହୋଇଛନ୍ତି ।
ସମ୍ବନ୍ଧିତ ଖବର