ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେଇଥିବା ଗୌତମ ଗମ୍ଭୀର ରଣଜୀ ଟ୍ରଫିରେ ପୁଣି ଥରେ ଚମକିଛନ୍ତି। ନିଜର ଶେଷ ପ୍ରଥମ ଶ୍ରେଣୀ ମ୍ୟାଚ ଖେଳୁଥିବା ଗମ୍ଭୀର ଆନ୍ଧ୍ରପ୍ରଦେଶ ବିପକ୍ଷରେ ଶତକ ହାସଲ କରିଛନ୍ତି। ଏଥି ସହିତ ସେ ଦିଲ୍ଲୀକୁ ପ୍ରଥମ ଇନିଂସରେ ଅଗ୍ରଣୀ କରାଇଛନ୍ତି।
ଫିରୋଜ ଶାହା କୋଟଲା ଷ୍ଟାଡିୟମ୍ରେ ଗୌତମ ଗମ୍ଭୀର ପ୍ରଥମ ଶ୍ରେଣୀ କ୍ୟାରିୟରର ୪୩ତମ ଶତକ ମାରିଛନ୍ତି। ସେ ୧୮୫ ବଲ ଖେଳି ୧୦ ଚୌକା ବଳରେ ଦଳ ପାଇଁ ୧୧୨ ରନ୍ ଯୋଡ଼ିଛନ୍ତି। ଗମ୍ଭୀର ଅଧିନାୟକ ଧ୍ରୁବ ଶୋରେ (୯୮)ଙ୍କ ସହିତ ୨ୟ ଓ୍ଵିକେଟ ପାଇଁ ୧୧୩ ରନ୍ ଭାଗିଦାରୀ ହୋଇଛନ୍ତି।
ଶୋରେ ୨ ରନ ଯୋଡ଼ିିଥିଲେ ଶତକ ପୂରଣ କରିଥାନ୍ତେ। ସେ ୨୫୯ ବଲ ଖେଳି ୬ ଚୌକା ବଳରେ ୯୮ ରନ୍ ଦଳର ଖାତାରେ ଯୋଡ଼ିଥିଲେ। ଶୋରେ ମନୀଷ ଗୋଲାମାରୁ (୧୨୬ ରନ୍ରେ ୩ ଓ୍ଵିକେଟ) ପାଭଲିଅନ୍ ପଠାଇଥିଲେ। ଆନ୍ଧ୍ରପ୍ରଦେଶର ୮ ଜଣ ବୋଲର ଦିଲ୍ଲୀର ବ୍ୟାଟସ୍ମ୍ୟାନଙ୍କୁ ଆଉଟ୍ କରିବାକୁ ଉଦ୍ୟମ କରିଥିଲେ।
/sambad/media/post_attachments/wp-content/uploads/2018/12/05-gautam-gambhir-600-300x225.jpg)
ସୂଚନାଯୋଗ୍ୟ ଗମ୍ଭୀର ଚଳିତ ମାସ ୪ ତାରିଖରେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେବା ଘୋଷଣା କରିଥିଲେ। ଆଇପିଏଲ୍ରେ କୋଲକାତା ନାଇଟ୍ ରାଇଡର୍ସର ପୂର୍ବତନ ଅଧିନାୟକ (୩୭ ବର୍ଷ) ଭାରତ ପାଇଁ ନିଜର ଶେଷ ଟେଷ୍ଟ ମ୍ୟାଚ ୨୦୧୬ରେ ଇଂଲଣ୍ଡ ବିପକ୍ଷରେ ଖେଳିଥିଲେ। ସେ ୫୮ଟି ଟେଷ୍ଟ ମ୍ୟାଚରେ ୪୧.୯୫ ହାରରେ ୪୧୫୪ ରନ୍ ସଂଗ୍ରହ କରିଥିଲେ। ଏଥିରେ ୯ଟି ଶତକ ସାମିଲ ଥିଲା।
ଦିନିକିଆରେ ଗୌତମ ଗମ୍ଭୀର ୩୯.୬୮ ହାରରେ ୫୨୩୮ ରନ ସଂଗ୍ରହ କରିଥିଲେ। ଏଥିରେ ୧୧ଟି ଶତକ ସାମିଲ ଥିଲା। ବର୍ଷ ୨୦୧୧ରେ ଗୌତମ ଗମ୍ଭୀରଙ୍କ ୯୭ ରନ ବଳରେ ଭାରତ ଦ୍ୱିତୀୟ ଥର ପାଇଁ ବିଶ୍ୱକପ ଚାମ୍ପିଅନ ହୋଇଥିଲା। ଟି-୨୦ ଅନ୍ତର୍ଜାତୀୟରେ ଗମ୍ଭୀର ୩୭ଟି ମ୍ୟାଚ ଖେଳି ୯୩୨ ରନ୍ ଯୋଡ଼ିଥିଲେ। ଦେଶ ପାଇଁ ଗମ୍ଭୀର ୧୫ ବର୍ଷ ମ୍ୟାଚ ଖେଳିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/12/Gautam-Gambhir.jpeg)