ନୂଆଦିଲ୍ଲୀ: ଭାରତର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଏକ ପୋଷ୍ଟ ସେୟାର କରି କୋହଲି ଟେଷ୍ଟ କ୍ରିକେଟରୁ ଅବସର ନେଉଥିବା ଘୋଷଣା କରିଛନ୍ତି। ୧୪ବର୍ଷର ଟେଷ୍ଟ କ୍ରିକେଟ କ୍ୟାରିୟରରେ କୋହଲି ମଇ ୧୨ ତାରିଖରେ ପୁନଃଚ୍ଛେଦ ପକାଇ ଦେଇଛନ୍ତି।କୋହଲିଙ୍କ ଏହି ଅବସର ସହିତ, ଏକ ଯୁଗର ଅନ୍ତ ଘଟିଛି ବୋଲି ଖେଳପ୍ରେମୀମାନେ ପ୍ରତିକ୍ରିୟା ଦେଇ କହିଛନ୍ତି।
A man with lion’s passion!
— Gautam Gambhir (@GautamGambhir) May 12, 2025
Will miss u cheeks…. pic.twitter.com/uNGW7Y8Ak6
କୋହଲି ଅବସର ଘୋଷଣା ପରେ ଭାରତୀୟ ଦଳର ମୁଖ୍ୟକୋଚ ଗୌତମ ଗମ୍ଭୀର ଏକ ହୃଦୟସ୍ପର୍ଶୀ ପୋଷ୍ଟ ସେୟାର କରିଛନ୍ତି। ଗମ୍ଭୀର ଏକ୍ସ ଆକାଉଣ୍ଟରେ ପୋଷ୍ଟ ସେୟାର କରି ଲେଖିଛନ୍ତି, ‘ସିଂହ ଭଳି ମଣିଷଟିଏ... ତୁମର ଗାଲ ସର୍ବଦା ମନେ ପଡ଼ିବ।