ବେଙ୍ଗାଲୁରୁ: ଭାରତୀୟ ଟିମ୍କୁ ଫେରିବା ପାଇଁ ସଙ୍ଘର୍ଷ କରୁଥିବା ଓପନର ବ୍ୟାଟ୍ସମ୍ୟାନ୍ ଗୌତମ ଗମ୍ଭୀର ଅପରାଜିତ ୧୩୫ ରନ୍ ବଳରେ ଦିଲ୍ଲୀ, ରଣଜୀ ଟ୍ରଫିର ଏକ ମ୍ୟାଚରେ କର୍ଣ୍ଣାଟକ ବିରୋଧରେ ୪ଓ୍ଵିକେଟ ହରାଇ ୨୭୭ ରନ୍ ସଂଗ୍ରହ କରିଛି। ଦିଲ୍ଳୀ ପ୍ରଥମ ପାଳି ଆଧାରରେ କର୍ଣ୍ଣାଟକ ଠାରୁ ୩୭୨ ରନ୍ ପଛରେ ରହିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଗମ୍ଭୀରଙ୍କ ୪ଟି ମ୍ୟାଚରେ ଏହା ହେଉଛି ୨ୟ ଶତକ। ଏହା ପୂର୍ବରୁ ସେ ଆସାମ ବିରୋଧରେ ୧୩୭ ଓ ଉତ୍ତର ପ୍ରଦେଶ ବିରୋଧରେ ୮୬ ରନ୍ ସ୍କୋର କରିଥିଲେ। କିନ୍ତୁ ରେଳବାଇ ବିପକ୍ଷରେ ଗତ ମ୍ୟାଚରେ କେବଳ ୨ ରନ୍ କରି ପାଭଲିୟନ ଫେରି ଆସିଥିଲେ।