ନୂଆଦିଲ୍ଲୀ : ନିଜ ଘରେ କେହି ଜଣେ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ପୂର୍ବତନ ଭାରତୀୟ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଗୌତମ ଗମ୍ଭୀର ଏକାନ୍ତବାସରେ ରହିଛନ୍ତି। ସେ ତାଙ୍କ କରୋନା ପରୀକ୍ଷା ରିପୋର୍ଟକୁ ଅପେକ୍ଷା କରିଛନ୍ତି। ନିଜ ଘରେ ଜଣେ କରୋନା ସଂକ୍ରମିତ ଥିବା ଯୋଗୁଁ ମୁଁ ଏକାନ୍ତବାସରେ ରହିଛି। ପରୀକ୍ଷା ରିପୋର୍ଟ ଆସିବା ପରେ କିଛି ସ୍ପଷ୍ଟ ହେବ। ତଥାପି ସେପର୍ଯ୍ୟନ୍ତ ମୋ ସହ ସଂସ୍ପର୍ଶରେ ଆସିଥିବା ଯେକେହି କରୋନା ସଂପର୍କିତ ସମସ୍ତ ନିୟମାବଳୀ ଅନୁସରଣ କରନ୍ତୁ। ଏହାକୁ ହାଲ୍କା ଭାବେ ନିଅନ୍ତୁନି ବୋଲି ଏବେ ପୂର୍ବ ଦିଲ୍ଲୀରୁ ଲୋକସଭା ସାଂସଦ ଥିବା ଗମ୍ଭୀର ନିବେଦନ କରିଛନ୍ତି। ଦିଲ୍ଲୀରେ ଗୁରୁବାର ୬୭୦୦ ନୂଆ ମାମଲା ଚିହ୍ନଟ ହୋଇଛି। ଫଳରେ ସହରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪.୧୬ ଲକ୍ଷରେ ପହଞ୍ଚିଛି। ଯାହାକି ୪ ମାସ ମଧ୍ୟରେ ସର୍ବାଧିକ ରହିଛି।
କରୋନା ପାଇଁ ଏକାନ୍ତବାସରେ ଗମ୍ଭୀର
/sambad/media/post_attachments/wp-content/uploads/2020/11/Gambhir-ICC.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)