କୋଲକାତା: ଘରୋଇ ମାଟିରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟେଷ୍ଟ ମ୍ୟାଚ୍ ହାରିବା ପରେ ଚାରିଆଡ଼ୁ ସମାଲୋଚନାର ସରବ୍ୟ ହୋଇଛି ଭାରତୀୟ ଦଳ । ସମସ୍ତେ ପଚାରୁଛନ୍ତି ଯେ ସ୍ପିନ ଖେଳିବାରେ ମାହିର ଭାରତୀୟ ବ୍ୟାଟ୍ସମ୍ୟାନମାନେ ଦକ୍ଷିଣ ଆଫ୍ରିକା ସ୍ପିନ ଆକ୍ରମଣ ଆଗରେ ଆତ୍ମସମର୍ପଣ କଲା କିପରି ?
ମ୍ୟାଚ ପରେ ଭାରତୀୟ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଗଣମାଧ୍ୟମ ସମ୍ମୁଖରେ ଉପସ୍ଥିତ ହୋଇଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ସାମ୍ବାଦିକମାନେ ତାଙ୍କୁ ବିଭିନ୍ନ କଡ଼ା ପ୍ରଶ୍ନ କରିଥିଲେ। କିନ୍ତୁ ଗମ୍ଭୀର ସ୍ପଷ୍ଟ ଭାବରେ କହିଥିଲେ ଯେ ପିଚଟି ତାଙ୍କର ମନମୁତାବକ ଥିଲା । ଏଣୁ ପରାଜୟ ସମୂର୍ଣ୍ଣ ଭାବରେ ଖେଳାଳିମାନଙ୍କ ଖରାପ ପ୍ରଦର୍ଶନ ପାଇଁ ହୋଇଛି ।
ସାଇମନ ହାର୍ମରଙ୍କ ଘାତକ ବୋଲିଂ
ବିପଜ୍ଜନକ ଇଡେନ ଗାର୍ଡେନ୍ସ ପିଚ୍ରେ ଦକ୍ଷିଣ ଆଫ୍ରିକାର ଅଭିଜ୍ଞ ଅଫ୍-ସ୍ପିନର ସାଇମନ ହାର୍ମରଙ୍କ ସ୍ପିନ ଡେଲିଭରି ଆଗରେ ଭାରତୀୟ ବ୍ୟାଟିଂ କ୍ରମ ତାସ ଘର ପରି ଭୁଶୁଡ଼ି ପଡ଼ିଥିଲା। ଭାରତ ପାଖରେ ୧୨୪ ରନର ଟାର୍ଗେଟ ଥିଲା କିନ୍ତୁ ଦଳ ୩୫ ଓଭରରେ ୯୩ ରନରେ ଅଲଆଉଟ୍ ହୋଇଯାଇଥିଲା। ଏହି ଲଜ୍ଜାଜନକ ପ୍ରଦର୍ଶନ ପୁଣି ଥରେ ସ୍ପିନରମାନଙ୍କ ବିରୁଦ୍ଧରେ ଭାରତୀୟ ବ୍ୟାଟସମ୍ୟାନଙ୍କ ଦୁର୍ବଳତାକୁ ପ୍ରକାଶ କରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/11/16/gautam-gambhir-2025-11-16-16-35-42.jpg)