ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ରବିବାର ଏସିଆ କପ୍ ୨୦୨୫ରେ ପାକିସ୍ତାନକୁ ହରାଇ ହାସଲ କରିଥିବା ବିଜୟକୁ ଅପରେସନ୍ ସିନ୍ଦୂର ସମୟରେ ସାହସିକତା ଦେଖାଇଥିବା ସେନା କର୍ମଚାରୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି।

Advertisment

ଭାରତୀୟ ଦଳର ପ୍ରଶିକ୍ଷକ ଗୌତମ ଗମ୍ଭୀର ପାକିସ୍ତାନୀ ଖେଳାଳିମାନଙ୍କ ସହିତ ହାତ ନମିଳାଇବା ଘଟଣାକୁ ନେଇ କହିଛନ୍ତି,‘ ଆମେ ପହଲଗାମ୍ ଆକ୍ରମଣର ପୀଡିତ ଏବଂ ସେମାନଙ୍କ ପରିବାର ସହିତ ଏକତା ପ୍ରଦର୍ଶନ କରିବାକୁ ଚାହୁଁଛୁ। ଏହି ଟୁର୍ଣ୍ଣାମେଣ୍ଟରେ ଏବେ ବି ବହୁତ କ୍ରିକେଟ୍ ବାକି ଅଛି।

ଏହି ମ୍ୟାଚ୍ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା କାରଣ ଆମେ ପହଲଗାମ୍ ଆକ୍ରମଣର ପୀଡିତ ଏବଂ ସେମାନଙ୍କ ପରିବାର ଏବଂ ସେମାନେ ଯାହା କଷ୍ଟ ସହିଛନ୍ତି ସେଥିପାଇଁ ଏକତା ପ୍ରଦର୍ଶନ କରିବାକୁ ଚାହୁଁଥିଲୁ। ଆମେ ସର୍ବଦା ଦେଶ ପାଇଁ ଖେଳିବା ସମୟରେ ଦେଶକୁ ଗର୍ବିତ ଏବଂ ଖୁସି କରିବାକୁ ଚେଷ୍ଟା କରିଥାଉ।’

ମ୍ୟାଚ ବିଷୟରେ କହିବାକୁ ଗଲେ ଏସିଆ କପର ୬ଷ୍ଠ ମ୍ୟାଚରେ ପାକିସ୍ତାନକୁ ୭ ୱିକେଟରେ ପରାସ୍ତ କରିଛି ଟିମ ଇଣ୍ଡିଆ। ଭାରତ ପକ୍ଷରୁ ସୂର୍ଯ୍ୟକୁମାର  ଯାଦବ ୪୭ ରନ କରିଥିବାବେଳେ ଶୁବମନ ଗିଲ ୧୦ ରନ ଓ ଅଭିଷେକ ଶର୍ମା ୩୧ ରନ କରିଥିଲେ । ତିଳକ ବର୍ମା ୩୧ ରନର ଲଢୁଆ ଇନିଂସ ଖେଳିଥିଲେ ।