ନୂଆଦିଲ୍ଲୀ: ଟିମ ଇଣ୍ଡିଆର ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ହଠାତ ଇଂଲଣ୍ଡ ଗସ୍ତରୁ ଘରକୁ ଫେରିଛନ୍ତି । ତାଙ୍କ ମା' ହଠାତ୍ ଗୁରୁତର ଅସୁସ୍ଥ ହୋଇପଡ଼ିବାରୁ ସେ ଭାରତ ଫେରିଆସିଛନ୍ତି ।

Advertisment

ସୂଚନା ଅନୁସାରେ ଗୌତମଙ୍କ ମା’ ସୀମା ଗମ୍ଭୀରଙ୍କ ହୃଦଘାତ ହୋଇଛି । ଏହି କାରଣରୁ ତାଙ୍କୁ ଏକ ହସପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି । ସେଠାରେ ଏକ ଡାକ୍ତରୀ ଦଳ ତାଙ୍କ ଉପରେ ନଜର ରଖିଛନ୍ତି । ଏହି ସୂଚନା ପାଇବା ପରେ ଭାରତୀୟ ଦଳ ସହ ଇଂଲଣ୍ଡରେ ଥିବା ଗୌତମ ନୂଆଦିଲ୍ଲୀ ଫେରିଆସିଛନ୍ତି । ତେବେ ସୀମାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଆସିବା ପରେ ସେ ପୁଣି ଥରେ ଇଂଲଣ୍ଡ ଯାଇ ଭାରତୀୟ ଦଳ ସହ ଯୋଗ ଦେବା ଆଶା କରାଯାଉଛି । 

ଗୌତମଙ୍କ ମା’ ସୀମା ଗମ୍ଭୀରଙ୍କ ହୃଦଘାତ ହୋଇଛି । ଏହି କାରଣରୁ ତାଙ୍କୁ ଏକ ହସପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି । ସେଠାରେ ଏକ ଡାକ୍ତରୀ ଦଳ ତାଙ୍କ ଉପରେ ନଜର ରଖିଛନ୍ତି । ଏହି ସୂଚନା ପାଇବା ପରେ ଭାରତୀୟ ଦଳ ସହ ଇଂଲଣ୍ଡରେ ଥିବା ଗୌତମ ନୂଆଦିଲ୍ଲୀ ଫେରିଆସିଛନ୍ତି ।

ଭାରତ ଓ ଇଂଲଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ଜୁନ ୨୦ରେ ହେଡିଙ୍ଗଲେଠାରେ ଖେଳାଯିବ । ଆଶା କରାଯାଉଛି ଯେ ତାପୂର୍ବରୁ ଗୌତମ ଗମ୍ଭୀର ଭାରତୀୟ ଦଳ ସହ ଯୋଗ ଦେବେ । ତେବେ ସବୁକିଛି ତାଙ୍କ ମାଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ନିର୍ଭର କରେ । ସେପଟେ ଏଥର ଭାରତୀୟ ଦଳରେ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ପରି ଅଭିଜ୍ଞ ନାହାନ୍ତି । ଦଳର ଦାୟିତ୍ବ ଶୁଭମନ ଗିଲଙ୍କ ଉପରେ ପ୍ରଥମ ଥର ପାଇଁ ନ୍ୟସ୍ତ କରାଯାଇଛି । ଏଣୁ ଏପରିସ୍ଥିତିରେ ଗୌତମ ଟିମ ଇଣ୍ଡିଆ ସହ ରହିବା ଅତ୍ୟନ୍ତ ଜରୁରୀ ।