ନୂଆଦିଲ୍ଲୀ: ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଜୁଲାଇ ୯ରେ, ବିସିସିଆଇ ରାହୁଲ ଦ୍ରାବିଡଙ୍କ ଉତ୍ତରାଧିକାରୀ ଘୋଷଣା କରିଥିଲା। ତାଙ୍କ ପୂର୍ବତନ ସାଥୀ କ୍ରିକେଟର ଗୌତମ ଗମ୍ଭୀରଙ୍କୁ ଭାରତୀୟ ଦଳର ମୁଖ୍ୟ କୋଚ୍ କରିଥିଲା ବିସିସିଆଇ। ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ହେବା ପୂର୍ବରୁ ଗୌତମ ଗମ୍ଭୀର ଆଇପିଏଲ୍ ଫ୍ରାଞ୍ଚାଇଜ୍ କୋଲକାତା ନାଇଟ୍ ରାଇଡର୍ସ(କେକେଆର୍)ର ପରାମର୍ଶଦାତା ଥିଲେ। ଗମ୍ଭୀରଙ୍କ ନେତୃତ୍ୱରେ କେକେଆର୍ ଟିମ୍ ଆଇପିଏଲ୍ ୨୦୨୪ରେ ଭଲ ପ୍ରଦର୍ଶନ କରିଥିଲା ​​ଏବଂ ଟ୍ରଫି ଜିତିବାରେ ସଫଳ ହୋଇଥିଲା। ଏହାପୂର୍ବରୁ ଯେତେବେଳେ ସେ ଲକ୍ଷ୍ନୌ ସୁପର ଜିଆଣ୍ଟସ(ଏଲଏସଜି)ର ପରାମର୍ଶଦାତା ଥିଲେ, ଏଲଏସଜି ଦଳ ୨ଟି ସିଜିନରେ ଶ୍ରେଷ୍ଠ ୪ରେ ରହିଥିଲା ​। ତାଙ୍କର ଏହି ସଫଳତାକୁ ଦେଖି ବିସିସିଆଇ ତାଙ୍କୁ ଭାରତୀୟ ଦଳର ପରବର୍ତ୍ତୀ ମୁଖ୍ୟ ପ୍ରଶିକ୍ଷକ କରିଛି।

Advertisment

ବର୍ତ୍ତମାନ ଗମ୍ଭୀର ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ହୋଇଥିବାରୁ କେକେଆରର ହାତ ଛାଡ଼ିଛନ୍ତି। ଏକ ଭାବପ୍ରବଣଭରା ଭିଡିଓ ସେୟାର କରି କେକେଆର ପ୍ରଶଂସକଙ୍କୁ କୃତଜ୍ଞତା ଜଣାଇଛନ୍ତି ଗମ୍ଭୀର। ଭିଡିଓର ସେ କହିଛନ୍ତି, "ଯେତେବେଳେ ଆପଣ ହସନ୍ତି, ମୁଁ ହସେ। ଯେତେବେଳେ ଆପଣଙ୍କ ଆଖିରେ ଲୁହ ଆସେ, ମୋ ଆଖିରେ ମଧ୍ୟ ଲୁହ ଆସିଯାଏ| ଯେତେବେଳେ ଆପଣ ହାରନ୍ତି, ମୁଁ ମଧ୍ୟ ହାରିଯାଏ। ଯେତେବେଳେ ଆପଣ ସ୍ୱପ୍ନ ଦେଖନ୍ତି, ମୁଁ ମଧ୍ୟ ସ୍ୱପ୍ନ ଦେଖେ। ଯେତେବେଳେ ଆପଣ କିଛି ହାସଲ କରନ୍ତି, ମୁଁ ମଧ୍ୟ ହାସଲ କରେ। ମୁଁ ଆପଣଙ୍କ ଉପରେ ବିଶ୍ୱାସ କରେ ଏବଂ ଆପଣଙ୍କର ହୋଇଯାଏ। ମୁଁ ଆପଣ ସମସ୍ତଙ୍କ ମଧ୍ୟରେ ଜଣେ। ମୁଁ ଆପଣଙ୍କ ସଂଘର୍ଷକୁ ଭଲ ଭାବରେ ଜାଣେ। ମୁଁ ଜାଣେ କେଉଁଠାରେ କଷ୍ଟ ହୁଏ।"

ଗମ୍ଭୀର ଏକ୍ସ‌ରେ ଏହି ଭିଡିଓ ସେୟାର କରିଥିବା ବେଳେ ଏବେ ତାହା ଭାଇରାଲ ହେବାରେ ଲାଗିଛି।