ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପୂର୍ବତନ ଓପନର୍ ଗୌତମ ଗମ୍ଭୀର ତାଙ୍କ ବିବୃତି ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଗମ୍ଭୀର ସବୁବେଳେ ତାଙ୍କର କଡ଼ା ମନ୍ତବ୍ୟ ଏବଂ ସଠିକ ବିଶ୍ଳେଷଣ ପାଇଁ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଥାନ୍ତି। ଏବେ ପୁଣି ତାଙ୍କର ଏକ ଜବାବକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଗମ୍ଭୀର ନିଜ ପ୍ରଶଂସକଙ୍କ ସହ ଏକ ପ୍ରଶ୍ନ-ଉତ୍ତର ସେସନ କରିଥିଲେ। ଏହି ସମୟରେ ସେ ଅନେକ ପ୍ରଶ୍ନର ଉତ୍ତର ଦେଇଥିବା ଦେଖାଯାଇଥିଲା।
बिलकुल जायेंगे. पूरे देश के लिए गौरव की बात है. I congratulate everyone involved & thank Hon’ble PM for this. https://t.co/sr4Arr80iS
— Gautam Gambhir (@GautamGambhir) December 29, 2023
ଏହି ସେସନରେ ଜଣେ ବ୍ୟବହାରକାରୀ ଗମ୍ଭୀରଙ୍କୁ ପଚାରିଥିଲେ ଯେ, ଶହ ଶହ ବର୍ଷ ପରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହେବାକୁ ଯାଉଛି। ଆପଣ ରାମ ମନ୍ଦିର ଦେଖିବାକୁ ଯିବେ କି ନାହିଁ। ଏହି ପ୍ରଶ୍ନର ଉତ୍ତରରେ ଗମ୍ଭୀର ଲେଖିଥିଲେ, 'ନିଶ୍ଚିତ। ଏହା ସମଗ୍ର ଦେଶ ପାଇଁ ଗର୍ବର ବିଷୟ। ଏହା ସହ ଜଡ଼ିତ ସମସ୍ତ ଲୋକଙ୍କୁ ମୁଁ ଅଭିନନ୍ଦନ ଜଣାଉଛି ଏବଂ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛି।
ଏହା ପୂର୍ବରୁ ବିରାଟଙ୍କ ସହ ମତଭେଦକୁ ନେଇ ଗମ୍ଭୀରଙ୍କ ପ୍ରତିକ୍ରିୟା ଭାଇରାଲ ହୋଇଥିଲା। ଗମ୍ଭୀରଙ୍କୁ ଷ୍ଟାର ସ୍ପୋର୍ଟସର ଏକ ସୋ’ରେ ପ୍ରଶ୍ନ ପଚରାଯାଇଥିଲା ଯେ, କୋହଲି କେଉଁ ବୋଲରଙ୍କ ଓଭରରେ ୫୦ତମ ଦିନିକିଆ ଶତକ ହାସଲ କରିଥିଲେ?ଉତ୍ତରରେ ଗମ୍ଭୀର କହିଥିଲେ, ଲକି ଫର୍ଗୁସନ୍। ଏହି କଥାକୁ ଆପଣ ବାରମ୍ବାର ଦେଖାଇବେ। ମୋର ସବୁ କିଛି ମନେ ରହେ। ମୁଁ କେବଳ ପଡ଼ିଆରେ ହିଁ ଝଗଡ଼ା କରେ।