ମୁମ୍ବାଇ: ମୁମ୍ବାଇ ଇଣ୍ଡିଆନ୍ସ ବୁଧବାର ଗୁଜରାଟ ଜାଏଣ୍ଟସ୍ ବିପକ୍ଷ ଆଇପିଏଲ୍ ମ୍ୟାଚ୍ ହାରିବା ପରେ ଗାଭାସ୍କର ଅଧିନାୟକ ରୋହିତ ଶର୍ମାଙ୍କ ପାଇଁ କିଛି ପରାମର୍ଶ ଦେଇଛନ୍ତି। ମ୍ୟାଚ୍ ପରେ ଏକ ସାକ୍ଷାତକାରରେ ସେ କହିଛନ୍ତି, ‘‘ରୋହିତ ଶର୍ମା ଚଳିତ ଆଇପିଏଲ୍ରୁ ବିରତି ନିଅନ୍ତୁ ଏବଂ ବିଶ୍ବ ଟେଷ୍ଟ ଚାମ୍ପିଅନ୍ସିପ୍ ଲାଗି ନିଜକୁ ତାଜା ରଖନ୍ତୁ। ରୋହିତ ସଂପ୍ରତି ଚିନ୍ତିତ ଥିବା ଭଳି ଜଣାପଡ଼ୁଛନ୍ତି। ସେ ବୋଧେ ଡବ୍ଲୁଟିସି ଉପରେ ଭାବୁଛନ୍ତି। ମୁଁ ଭାବୁଛି ତାଙ୍କୁ କିଛି ଦିନ ବିରତି ଆବଶ୍ୟକ। ଏବର ସ୍ଥିତିକୁ ଦେଖିଲେ କିଛି ଚମତ୍କାରିତା ମୁମ୍ବାଇ ଇଣ୍ଡିଆନ୍ସକୁ ପ୍ଲେଅଫ୍ ନେଇପାରେ। ଶେଷ ୪ ଦଳରେ ସ୍ଥାନ ପାଇବାକୁ ହେଲେ ଏହି ଦଳକୁ କିଛି ଅବିଶ୍ବସନୀୟ ଖେଳ ଖେଳିବାକୁ ପଡ଼ିବ।’’ ସୂର୍ଯ୍ୟକୁମାର ଯାଦବ ଡବ୍ଲୁଟିସି ଫାଇନାଲ୍ ଦଳରେ ନାହାନ୍ତି। ତେଣୁ ସେ ରୋହିତଙ୍କ ବଦଳରେ ମୁମ୍ବାଇ ଇଣ୍ଡିଆନ୍ସର ନେତୃତ୍ବ ନିଅନ୍ତୁ ବୋଲି ଗାଭାସ୍କର କହିଛନ୍ତି।
ଆଇପିଏଲ୍ରୁ ବିରତି ନେବା ପାଇଁ ରୋହିତଙ୍କୁ ଗାଭାସ୍କରଙ୍କ ପରାମର୍ଶ
/sambad/media/post_attachments/wp-content/uploads/2023/04/Untitled-82.jpg)