ଧୋନିଙ୍କ ଲମ୍ବା ଛୁଟି ନେଇ ପ୍ରଶ୍ନ ଉଠାଇଲେ ଗାଭାସ୍କର

ନୂଆଦିଲ୍ଲୀ: ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଦୀର୍ଘ ଦିନ ହେବ କ୍ରିକେଟ୍‌ରୁ ଦୂରେଇ ରହିବା ନେଇ ପ୍ରଶ୍ନ ଉଠାଇଛନ୍ତି କିଂବଦନ୍ତି କ୍ରିକେଟର ସୁନିଲ ଗାଭାସ୍କର। ରବିବାର ୨୬ତମ ଲାଲ ବାହାଦୁର ଶାସ୍ତ୍ରୀ ସ୍ମାରକୀ ବକ୍ତୃତା ଦେବା ଅବସରରେ ଖୋଲାଖୋଲି ଭାବେ ଏଥିନେଇ ସ୍ବର ଉତ୍ତୋଳନ କରିବା ସହ ଧୋନିଙ୍କ ଶାରୀରିକ ସୁସ୍ଥତା ନେଇ ମଧ୍ୟ ଆଶଙ୍କା ଜାହିର କରିଥିଲେ। ସେ କହିଥିଲେ ଯେ ମୁଁ ଧୋନିଙ୍କ ଶାରୀରିକ ସୁସ୍ଥତା ନେଇ କିଛି କହିପାରିବି ନାହିଁ। ଏହି ପ୍ରଶ୍ନ କେବଳ ଧୋନିଙ୍କୁ ହିଁ ପଚରାଯିବା‌ କଥା। ଗତବର୍ଷ ଜୁଲାଇ ୧୦ ପରଠାରୁ ସେ କ୍ରିକେଟ୍ ଖେଳିନାହାନ୍ତି। ତାହା ହିଁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା। କେହି କ’ଣ କେବେ ଏତେଦିନ ଧରି ଭାରତୀୟ ଦଳରୁ ଦୂରେଇ ରୁହେ? ଗାଭାସ୍କର ମଧ୍ୟ ଏହି ଅବସରରେ ରଣଜୀ ଖେଳାଳିଙ୍କ ମ୍ୟାଚ୍ ପାଉଣା ବଢ଼ାଇବାକୁ ଆହ୍ବାନ କରିଥିଲେ। ଏଥିନେଇ ସେ ମତ ରଖିଥିଲେ, ମ୍ୟାଚ୍ ପାଉଣା ନ ବଢ଼ିଲେ ରଣଜୀ ଟ୍ରଫି ଧନୀ ଆଇପିଏଲର ଗରିବ ଭାଇ ହୋଇ ରହିବ। ଟେଷ୍ଟ ମ୍ୟାଚ୍‌ ଅବଧିକୁ ୪ ଦିନକୁ କମାଇ ଦେବା ନେଇ ଆଇସିସି କରୁଥିବା ଯୋଜନା ନେଇ କିଛି କହିବାକୁ ସେ ମନା କରି ଦେଇଥିଲେ।

ସମ୍ବନ୍ଧିତ ଖବର