ସୋମବାର ଖେଳରେ ରବି ଚନ୍ଦ୍ରନ୍ ଅଶ୍ବିନଙ୍କ ଶତକ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲେ ମଧ୍ୟ ଭାରତୀୟ ଅଧିନୟକ ବିରାଟ କୋହଲିଙ୍କ ୬୨ ରନ୍ ମଧ୍ୟ ଅନୁରୂପ ଭାବେ ବେଶ୍ ମହତ୍ବପୂର୍ଣ୍ଣ ଥିଲା। ଦଳ ୬ ୱିକେଟ୍ ହରାଇ ସାରିଥିଲେ ବି କୋହଲିଙ୍କ ସକାରାତ୍ମକ ଚିନ୍ତାଧାରା ଓ ଲଢ଼ୁଆ ବ୍ୟାଟିଂକୁ ମହାନ କ୍ରିକେଟର ସୁନିଲ ଗାଭାସ୍କର ଭୂୟସୀ ପ୍ରଶଂସା କରିଛନ୍ତି। ଆଜିର ଖେଳ ପରେ ଦେଇଥିବା ସାକ୍ଷାତକାରରେ ସେ କହିଥିଲେ ଯେ ପ୍ରଥମ ପାଳିରେ ବଡ଼ ସ୍କୋର କରି ନଥିଲେ ମଧ୍ୟ କୋହଲି ସକାରାତ୍ମକ କ୍ରିକେଟ୍ ଖେଳିଲେ। ସେ ଆଗକୁ ପଛକୁ ଯାଇ ସନ୍ତୁଳିତ ସଟ୍ ଖେଳୁଥିଲେ। ବଲ୍ କେଉଁ ପଟକୁ ଯାଉଛି, ତାକୁ ଭଲ ଭାବରେ ଦେଖୁଥିଲେ। ସେ ନିଜ ମଣିବନ୍ଧର ସଠିକ୍ ଉପଯୋଗ ବି କରୁଥିଲେ। ହର୍ଷ ଭୋଗଲେ, ମାଇକେଲ୍ ଭନ୍, ମ୍ୟାଟ୍ ପ୍ରାୟର ପ୍ରମୁଖ କୋହଲିଙ୍କ ସାହସୀ ପାଳିକୁ କ୍ଲାସି ଆଖ୍ୟା ଦେଇଥିଲେ। ସେହିଭଳି ଇଂଲଣ୍ଡର ପୂର୍ବତନ ଅଧିନାୟକ କେଭିନ ପିଟରସନ୍ ତାଙ୍କୁ ସାମ୍ପ୍ରତିକ କ୍ରିକେଟ୍ର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ କହି ପ୍ରଶଂସାରେ ପୋତିଦେଇଥିଲେ। ତେବେ ବଢ଼ିଆ ବ୍ୟାଟିଂ ସହ କୋହଲି ସୋମବାର ଅମ୍ପାୟାରଙ୍କ ନିଷ୍ପତ୍ତି ଉପରେ ମଧ୍ୟ ବିରକ୍ତି ଜାହିର କରିଥିଲେ। ପିଚ୍ ଉପରେ ଦୌଡ଼ୁଥିବା ଅଭିଯୋଗ ଆଣି ଅମ୍ପାୟାର ନୀତିନ ମେନନ ତାଙ୍କୁ ଚେତାବନୀ ଦେବା ପରେ କୋହଲି ଅତ୍ୟନ୍ତ କ୍ଷୁବ୍ଧ ହୋଇ ଯାଇଥିଲେ। ଅମ୍ପାୟାରଙ୍କୁ ସିଧା ସିଧା କିଛି କହି ନଥିଲେ ମଧ୍ୟ ମନେ ମନେ ଭୀଷଣ ରାଗି ଯାଇଥିଲେ।
କୋହଲିଙ୍କୁ ଗାଭାସ୍କରଙ୍କ ପ୍ରଶଂସା
/sambad/media/post_attachments/wp-content/uploads/2021/02/R-Ashwin-and-Virat-Kohli.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)