ମୁମ୍ବାଇ: ୧୯୭୮-୭୯ ଋତୁରେ ଭାରତୀୟ କ୍ରିକେଟ୍ ଦଳ ୬ ମ୍ୟାଚ୍ ଟେଷ୍ଟ୍ ଶୃଙ୍ଖଳାକୁ ୧-୦ରେ ଜିତିଥିଲା, ବ୍ୟାଟିଂ କିଂବଦନ୍ତି ସୁନିଲ ଗାଭାସ୍କର ୭୦୦ରୁ ଊର୍ଧ୍ବ ରନ୍ କରିଥିଲେ। କିନ୍ତୁ ଏହି ଶୃଙ୍ଖଳା ପରେ ଭାରତୀୟ ଦଳ ଅଧିନାୟକ ପଦରୁ ଗାଭାସ୍କରଙ୍କୁ ହଟାଇ ଦିଆଯାଇଥିଲା। ଏସ୍ ଭେଙ୍କଟରାଘବନ ନୂଆ ଅଧିନାୟକ ନିଯୁକ୍ତ ହୋଇଥିଲେ। ତେବେ ଏତେ ରନ୍ ଏବଂ ଶୃଙ୍ଖଳା ବିଜୟ ସତ୍ତ୍ବେ ଅଧିନାୟକ ପଦ ହରାଇବାର କାରଣ କ’ଣ ଏବେ ବି ଗାଭାସ୍କରଙ୍କ ପାଇଁ ଅବୁଝା ରହିଛି ବୋଲି ସେ ସୋମବାର ଲେଖିଥିବା ଏକ ସ୍ତମ୍ଭରେ ଉଲ୍ଲେଖ କରିଛନ୍ତି। ମୁଁ ଆଜିଯାଏ ଏହାର କାରଣ ଜାଣିନି, କିନ୍ତୁ କେରି ପ୍ୟାକର୍ସ ବିଶ୍ବ ସିରିଜ୍ କ୍ରିକେଟ୍କୁ ଖୋଲାଖୋଲି ସମର୍ଥନ କରିଥିବାରୁ ସମ୍ଭବତଃ ଏଭଳି ହୋଇଥାଇପାରେ। ତଥାପି ନିଜର ବିଶ୍ବସନୀୟତା ପ୍ରମାଣ ଦେବାକୁ ମୁଁ ଦଳ ଚୟନ ପୂର୍ବରୁ ବିସିସିଆଇ ଚୁକ୍ତିରେ ସ୍ବାକ୍ଷର କରି ନେଇଥିଲି। ଭାରତୀୟ ଦଳରେ ବିଶନ ସିଂହ ବେଦୀଙ୍କ ସ୍ଥାନ ବଜାୟ ରଖିବା ଲାଗି ମୋତେ ମଧ୍ୟ ଚୟନକର୍ତାଙ୍କୁ ବୁଝାଇବାକୁ ପଡ଼ିଥିଲା। ପାକିସ୍ତାନ ବିପକ୍ଷ ଶୃଙ୍ଖଳା ପରାଜୟ ପରେ ପ୍ରସନ୍ନାଙ୍କୁ ସେମାନେ ଦଳରେ ବି ରଖିବାକୁ ଚାହୁଁନଥିଲେ। ମୁଁ ସେମାନଙ୍କୁ ପ୍ରବର୍ତ୍ତାଇଥିଲି ଯେ ସେ ଏବେ ଦେଶର ଶ୍ରେଷ୍ଠ ବାମହାତୀ ସ୍ପିନର। ପ୍ରଥମ ଟେଷ୍ଟ୍ରେ ତାଙ୍କୁ ବହୁ କଷ୍ଟରେ ସାମିଲ କରିଥିଲେ, ଦ୍ବିତୀୟ ଓ ତୃତୀୟ ଟେଷ୍ଟ୍ରୁ ବି ବାଦ ଦେବା ଯୋଜନା ଥିବାରୁ ମୁଁ ଚୟନକର୍ତ୍ତାଙ୍କୁ କୌଣସି ମତେ ବୁଝାଇନେଇଥିଲି। କପିଳ ଦେବ ନୂଆ ନୂଆ ଆସିଥାନ୍ତି, କର୍ଷନ ଘାବ୍ରୀଙ୍କ ସହ ଭଲ ବୋଲିଂ ବି କରୁଥାନ୍ତି। ପିଚ୍ ଗୁଡିକ ବି ସ୍ପିନରଙ୍କ ସପକ୍ଷରେ ନଥିଲା। ଅନ୍ୟ ଦୁଇ ମହାନ ସ୍ପିନର୍ ପଦ୍ମାକର ଶିଭଲକର ଓ ରାଜୀନ୍ଦର ଗୋଏଲ୍ ଘରୋଇ କ୍ରିକେଟ୍ର ଅଗ୍ରଣୀ ବୋଲର ଥିଲେ ବି ଭାରତୀୟ ଦଳରୁ ଖେଳି ନ ପାରିବା ପ୍ରସଙ୍ଗରେ ଗାଭାସ୍କର କହିଥିଲେ ‘ମୁଁ ଚୟନକର୍ତାଙ୍କୁ ବୁଝାଇପାରିନଥିଲି, ସେମାନେ ଧୀରଜ ପ୍ରସନ୍ନାଙ୍କୁ ବାଛିଥିଲେ ଯିଏ ଘାବ୍ରୀଙ୍କ ଭଳି ଉଭୟ ପେସ୍ ଓ ସ୍ପିନ୍ ବୋଲିଂ କରିପାରନ୍ତି।
ଇଣ୍ଡିଜ୍ରେ ଶୃଙ୍ଖଳା ବିଜୟ ସତ୍ତ୍ବେ ଅଧିନାୟକ ପଦରୁ ହଟିଥିଲେ ଗାଭାସ୍କର
/sambad/media/post_attachments/wp-content/uploads/2019/05/sunil.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)