ମୁମ୍ବାଇ: କ୍ରିକେଟ୍ ଏକାଡେମି ସ୍ଥାପନ କରିବା ଲାଗି ଦୀର୍ଘ ୩୩ ବର୍ଷ ତଳେ ମୁମ୍ବାଇ ମହାନଗର ପକ୍ଷରୁ ଦିଆଯାଇଥିବା ଜମିକୁ ବ୍ୟାଟିଂ କିବଂଦନ୍ତି ସୁନିଲ ଗାଭାସ୍କର ଶେଷରେ ଫେରାଇ ଦେଇଛନ୍ତି। ତିନି ଦଶନ୍ଧି ଅତିବାହିତ ହୋଇଯାଇଥିଲେ ମଧ୍ୟ ଗାଭାସ୍କର ଏହି ଜମିରେ କ୍ରିକେଟ୍ ଏକାଡେମି ସ୍ଥାପନ ନକରିବା ନେଇ ଗତ ମାସରେ ମହାରାଷ୍ଟ୍ର ଗୃହନିର୍ମାଣ ମନ୍ତ୍ରୀ ଜିତେନ୍ଦ୍ର ଅହଦ ତୀବ୍ର ଅସନ୍ତୋଷ ଜାହିର କରିଥିଲେ। ତା’ ସହ ଏହି ଅବ୍ୟବହୃତ ଜମିକୁ ଫେରାଇ ଦେବାକୁ ଗାଭାସ୍କରଙ୍କୁ ଅନୁରୋଧ କରିଥିଲେ। ତାଙ୍କ ଅନୁରୋଧ ରକ୍ଷା କରି ଗାଭାସ୍କର ଏବେ ସେହି ଜମିକୁ ଖାଲି କରି ଦେଇଛନ୍ତି। ସେ ମଧ୍ୟ ଏହି ଜମିରେ କ୍ରିକେଟ୍ ଏକାଡେମି ସ୍ଥାପନ କରିବା ନେଇ ନିଜ ଅକ୍ଷମତା ପ୍ରକାଶ କରି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେଙ୍କୁ ଏକ ପତ୍ର ଲେଖିଛନ୍ତି। ଏହା ପୂର୍ବରୁ ସଂପୃକ୍ତ ଜମିରେ କ୍ରିକେଟ୍ ଏକାଡେମି ଖୋଲିବା ଲାଗି ଗାଭାସ୍କର ଏବଂ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଠାକ୍ରେଙ୍କୁ ସାକ୍ଷାତ କରିଥିଲେ। ହେଲେ କୌଣସି କାରଣରୁ କଥା ଆଗକୁ ବଢ଼ି ପାରିନଥିଲା।
ତିନି ଦଶନ୍ଧି ପରେ ଜମି ଫେରାଇଲେ ଗାଭାସ୍କର
/sambad/media/post_attachments/wp-content/uploads/2020/07/sunil-gavaskar.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)