ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କରଙ୍କୁ ପାକିସ୍ତାନର ଭାବି ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ ଯୋଗଦେବା ପାଇଁ ନିମନ୍ତ୍ରଣ ମିଳିଛି। ନିମନ୍ତ୍ରଣ ପାଇବା ପରେ ଗାଭାସ୍କର କହିଛନ୍ତି, ଇମରାନ୍ଙ୍କ ଦଳ ପିଟିଆଇ ପକ୍ଷରୁ ମୋତେ ନିମନ୍ତ୍ରଣ ମିଳିଛି। ପୂର୍ବତନ ପାକିସ୍ତାନ କ୍ରିକେଟର ଅଧିନାୟକ ପାକିସ୍ତାନର ନୂତନ ପ୍ରଧାନମନ୍ତ୍ରୀ ହେବେ। ଗାଭାସ୍କର କହିଛନ୍ତି, ପାକିସ୍ତାନ ଯିବାକୁ ନିଷ୍ପତ୍ତି ନେଇ ନାହିଁ। ଭାରତ ଓ ଇଂଲଣ୍ଡ ମଧ୍ୟରେ ୩ୟ ଟେଷ୍ଟ ମ୍ୟାଚ ଯୋଗୁଁ ବ୍ୟସ୍ତ ଅଛି। ଏହା ବ୍ୟତୀତ ଭାରତ ସରକାରଙ୍କ ଠାରୁ ଅନୁମତି ଓ ପରାମର୍ଶ ଚାହୁଁଛି। ଏହାପରେ କିଛି ନିଷ୍ପତ୍ତି ନେବି। ମୋଦି ସରକରା ଅନୁମତି ଦେଲେ, ମୁଁ ଯାଇପାରେ ବୋଲି ଗାଭାସ୍କାର କହିଛନ୍ତି।
ଆଉ ୫ ଦିନ ପରେ ଅଗଷ୍ଟ ୧୧ରେ ପାକିସ୍ତାନ-ଏ-ଇନସାଫ୍(ପିଟିଆଇ) ସୁପ୍ରିମୋ ଇମରାନ୍ ଖାଁ ପାକିସ୍ତାନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ପାକିସ୍ତାନର ତମ ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ ପାଇଁ ରାଷ୍ଟ୍ରପତି ଭବନରେ ବ୍ୟାପକ ପ୍ରସ୍ତୁତି ଚାଲିଛି।
ସୂଚନାଯୋଗ୍ୟ ଗତ ଜୁଲାଇ ୨୫ରେ ପାକିସ୍ତାନ ସାଧାରଣ ନିର୍ବାଚନରେ ପିଟିଆଇକୁ ୧୧୬ଟି ଆସନ ମିଳିଥିଲା। ଏହି ଦଳ ବର୍ତ୍ତମାନ ପାକିସ୍ତାନ ରାଜନୀତିରେ ବଡ ଦଳ ଭାବେ ଉଭା ହୋଇଛି। ଇମ୍ରାନ କିଛି ସ୍ୱାଧୀନ ସାଂସଦ ଓ ସମର୍ଥୀତ ଦଳଙ୍କ ସହଯୋଗରେ ସରକାର ଗଢ଼ିବେ।
ମୋଦି ସରକାର ଅନୁମତି ଦେଲେ ଇମରାନ୍ଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗଦେବି: ସୁନୀଲ ଗାଭସ୍କର
/sambad/media/post_attachments/wp-content/uploads/2018/08/gavaskar.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)