ନୂଆଦିଲ୍ଲୀ : ୱେଷ୍ଟଇଣ୍ଡିଜ୍ ଗସ୍ତରୁ ଚେତେଶ୍ବର ପୂଜରାଙ୍କୁ ବାଦ୍ ଦେବା ନେଇ କିଂବଦନ୍ତି କ୍ରିକେଟର୍ ସୁନୀଲ ଗାଭାସ୍କର ଭରତୀୟ ଚୟନକର୍ତ୍ତାଙ୍କ ଉପରେ ବର୍ଷିଛନ୍ତି। ‘‘ଅଷ୍ଟ୍ରେଲିଆ ବିପକ୍ଷ ବିଶ୍ବ ଟେଷ୍ଟ ଚାମ୍ପିଅନ୍ସିପ୍ ଫାଇନାଲ୍ରେ ଭାରତୀୟ ଦଳର ବ୍ୟାଟିଂ ବାହିନୀ ବିଫଳ ହୋଇଥିଲା। ହେଲେ ପୂଜାରାଙ୍କୁ କାହିଁକି ୱେଷ୍ଟଇଣ୍ଡିଜ୍ ଗସ୍ତରୁ ବାଦ୍ ଦିଆଗଲା। ଆମର ବ୍ୟାଟିଂ ବିଫଳରେ ତାଙ୍କୁ କାହିଁକି ‘ବଳିକା ବକ୍ରା’ କରାଗଲା। ଭାରତୀୟ କ୍ରିକେଟ୍ର ସେ ଜଣେ ବିଶ୍ବସ୍ତ ସେବକ ଏବଂ ସଫଳ ଖେଳାଳି। ତାଙ୍କର ଅଧିକ ପ୍ରଶଂସକ ନଥିବାରୁ ଏହା ବିରୋଧରେ ସ୍ବର ଉତ୍ତୋଳନ ହେଉନି। ତେଣୁ ତୁମେ ତାଙ୍କୁ ବାଦ୍ ଦେଲ। ଯଦି ବିଫଳତା ପାଇଁ ବାଦ୍ ଦେବା ତୁମ ନିୟମରେ ରହିଛି। ଆଗକୁ ଦେଖିବା କାହାକୁ ଦଉଛ। ୩୫ ବର୍ଷ ବୟସରେ ପୂଜାରାଙ୍କୁ ଦଳରୁ ବାଦ୍ ଦେବା ଠିକ୍ ହୋଇନି’’ ବୋଲି ଗାଭାସ୍କର କହିଛନ୍ତି।
ପୂଜାରଙ୍କୁ ବାଦ୍ ଦେବାରୁ ବର୍ଷିଲେ ଗାଭାସ୍କର
/sambad/media/post_attachments/wp-content/uploads/2023/06/sunil-gabhaskar.jpg)