ସମ୍ବଲପୁର: କେନିଆରେ ହେବାକୁ ଥିବା ୧୯ ବର୍ଷରୁ କମ୍ ଆମନ୍ତ୍ରଣୀୟ ଅନ୍ତର୍ଜାତୀୟ ହକି ପ୍ରତିଯୋଗିତାରେ ଭାଗ ନେବା ପାଇଁ ଭାରତୀୟ ବାଳକ ଓ ବାଳିକା ହକି ଦଳ ଆସନ୍ତା ୨୦ ତାରିଖ ଦିନ ଦିଲ୍ଲୀରୁ ଯାତ୍ରା କରିବ। ୨୨ରୁ ଆରମ୍ଭ ହେବାକୁ ଥିବା ଏହି ପ୍ରତିଯୋଗିତାରେ ଭାରତ ଓ ଆୟୋଜକ କେନିଆ ସମେତ ଇଂଲଣ୍ଡ, ଆର୍ଜେଣ୍ଟିନା, ମାଲେସିଆ, ପାକିସ୍ତାନ ଆଦି ୬ଟି ଦେଶର କନିଷ୍ଠ ବାଳକ ଓ ବାଳିକା ଦଳ ଭାଗ ନେବେ। ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ଓ ଜାତୀୟ ହକି ଏକାଡେମି ନୂଆଦିଲ୍ଲୀର ମିଳିତ ଆନୁକୂଲ୍ୟରେ ଭୁବନେଶ୍ବରର କିଟ୍ଠାରେ ଭାରତୀୟ ଦଳର ପ୍ରଶିକ୍ଷଣ ଓ ଚୟନ ଶିବିର ଅନୁଷ୍ଠିତ ହୋଇଥିଲା। ସେଠାରୁ ଉଭୟ ଚୂଡ଼ାନ୍ତ ଭାରତୀୟ ବାଳକ ଓ ବାଳିକା ଦଳ ଚୟନ କରା ଯାଇଥିଲା। ବାଳକ ଦଳରେ ଓଡ଼ିଶାର ଜଣେ ଓ ବାଳିକା ଦଳରେ ୩ ଜଣ ଖେଳାଳି ସ୍ଥାନ ପାଇଛନ୍ତି। ବାଳକ ଦଳରେ ଓଡ଼ିଶାରୁ ସମ୍ବଲପୁର ଜିଲ୍ଲାର ରଜତ ମିଞ୍ଜ ଜଣେ ମାତ୍ର ଖେଳାଳିଭାବେ ସ୍ଥାନ ପାଇଥିଲାବେଳେ ବାଳିକା ଦଳରେ ଝାରସୁଗୁଡ଼ା ଜିଲ୍ଲାର ଗାୟତ୍ରୀ କିସାନ, ସୁନ୍ଦରଗଡ଼ ଜିଲ୍ଲାର ଜ୍ୟୋତି ଛେତ୍ରୀ ଏବଂ ସଂଯୁକ୍ତା କୁଜୁରଙ୍କୁ ସ୍ଥାନ ମିଳିଛି। ରାଞ୍ଚିରେ କାର୍ଯ୍ୟରତ ସାଇର ଓଡ଼ିଆ କୋଚ ସୀମନ୍ତ ମହାନ୍ତି ଭାରତୀୟ ଦଳର ପ୍ରଶିକ୍ଷକ ଅଛନ୍ତି। ରଜତ ଜାତୀୟ ହକି ଏକାଡେମି ନୂଆଦିଲ୍ଲୀ, ଜ୍ୟୋତି ପାନ୍ପୋଷ କ୍ରୀଡ଼ା ଛାତ୍ରାବାସ ତଥା ଗାୟତ୍ରୀ ଏବଂ ସୁଜାତା ସାଇ ଛାତ୍ରାବାସ ସୁନ୍ଦରଗଡ଼ରେ ପ୍ରଶିକ୍ଷଣ ନେଉଛନ୍ତି।
ଭାରତୀୟ ଦଳରେ ଗାୟତ୍ରୀ, ସୁଜାତା, ଜ୍ୟୋତି ଓ ରଜତ
କେନିଆରେ ବହୁରାଷ୍ଟ୍ରୀୟ ଆମନ୍ତ୍ରଣୀୟ ହକି
/sambad/media/post_attachments/wp-content/uploads/2019/07/14-Hockey.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)