ଗେଲ୍‌ଙ୍କୁ ବୋଲି˚ କରିବାରେ କେବେ ବି ସମସ୍ୟାର ସମ୍ମୁଖୀନ ହୋଇନାହିଁ: ହରଭଜନ

ନୂଆଦିଲ୍ଲୀ: ୱେଷ୍ଟଇଣ୍ତିଜର କ୍ରିସ୍‌ ଗେଲ୍‌ ବିଶ୍ବର ଜଣେ ଶ୍ରେଷ୍ଠ ଦୁର୍ଦ୍ଦଶ ବ୍ୟାଟ୍ସମ୍ୟାନ ଭାବେ ଜଣାଶୁଣା। ଏପରିକି ଏବେ ମଧ୍ୟ ଯେତେବେଳେ ଗେଲ୍‌ଙ୍କ ମନ ଲାଗିଯାଏ, ସେତେବେଳେ ସେ ଛକାର ମଜା ଉଠାଇଥାନ୍ତି ଏବ˚ ବୋଲରଙ୍କ ଦିନ ଖରାପ କରିଦେଇଥାନ୍ତି। ଆଇପିଏଲ୍‌ରେ ଗୋଟିଏ ମ୍ୟାଚରେ ସର୍ବାଧିକ ରନ୍‌ କୀର୍ତ୍ତିମାନ ତାଙ୍କ ନାମରେ ରହିଛି। ୨୦୧୩ରେ ପୁନେ ଵାରିୟର୍ସ ବିପକ୍ଷରେ ଖେଳୁଥିବା ବେଳେ ୬୬ ବଲ୍‌ରୁ ଅପରାଜିତ ୧୭୫ ରନ୍‌ ସ˚ଗ୍ରହ କରିଥିଲେ। ଦିନିକିଆ, ଟ୍ବେଣ୍ଟି-୨୦ କିମ୍ବା ଟେଷ୍ଟ ମ୍ୟାଚ, ସବୁଥିରେ ସେ ପ୍ରତିପକ୍ଷଙ୍କୁ ଅସୁବିଧାରେ ପକାଇପାରନ୍ତି। କିନ୍ତ ଭାରତର ପୂର୍ବତନ ସ୍ପିନର ହରଭଜନ ସି˚ହ ତାଙ୍କୁ ବୋଲି˚ କରିବାରେ କେବେ ବି ସମସ୍ୟାର ସମ୍ମୁଖୀନ ହୋଇନଥିବା ଏକ ସାକ୍ଷାତକାରରେ କହିଛନ୍ତି।

ଡେଭିଡ୍‌ ଵାର୍ନର, ଗେଲ୍‌ ଓ ସୁରେଶ ରାଇନାଙ୍କ ବିପକ୍ଷରେ ରଣନୀତି ବିଷୟରେ ହରଭଜନଙ୍କୁ ପ୍ରଶ୍ନ ପଚରାଯାଇଥିଲା। ଏହା ଜବାବରେ ସେ କହିଥିଲେ ଯେ, ଵାର୍ନର ବ୍ୟାକ ଫୁଟ୍‌ରେ ବହୁତ ଭଲ ଖେଳନ୍ତି। ତେଣୁ ସେ କଟ୍‌ ସଟ୍‌ ମାରିପାରିବେ ଏବ˚ ସ୍ବିଚ୍‌ ହିଟ୍‌ ମଧ୍ୟ ମାରନ୍ତି। ସ୍ବିପ୍‌ ସଟ୍‌ ମଧ୍ୟ ସହଜରେ ଖେଳିଥାନ୍ତି। କ୍ରିଜ୍‌ରୁ ବାହାରି କଭର ଉପରେ ବି ସଟ୍‌ ମାରିପାରିବେ। ତେଣୁ ଗେଲ୍‌ଙ୍କ ତୁଳନାରେ ଵାର୍ରନଙ୍କୁ ବୋଲି˚ କରିବା ଅଧିକ କଷ୍ଟକର ବୋଲି ହରଭଜନ ପ୍ରତିକ୍ରିୟା ଦେଇଥିଲେ। ଅନ୍ୟପକ୍ଷରେ ଯଦି କେହି ଗେଲ୍‌ଙ୍କୁ ଜୋର‌୍‌ରେ ବଲ୍‌ ପକାନ୍ତି, ତାହେଲେ ସେ ତାହାକୁ ଛକା ମାରିଦେବେ। ଯଦି କେହି ଧିମା ପକାନ୍ତି, ତାହେଲେ ସେ କ୍ରିଜ୍‌ରୁ ବାହାରି ସଟ୍‌ ଖେଳନ୍ତି। ତେଣୁ ଏହି ବଲ୍‌ରେ ସେ ଏତେ ଭଲ ଖେଳିପାରିନଥାନ୍ତି। ତେଣୁ ହରଭଜନଙ୍କ ପାଇଁ ଗେଲ୍‌ଙ୍କୁ ବୋଲି˚ କରିବା କେବେ ବି କଷ୍ଟକର ହୋଇନାହିଁ ବୋଲି କହିଛନ୍ତି। ଏପରିକି ପାଵାରପ୍ଲେରେ ହରଭଜନ ଏକାଧିକ ଥର ଗେଲ୍‌ଙ୍କୁ ବୋଲି˚ କରିଛନ୍ତି। ହେଲେ ସେ ସ୍ବିପ୍‌ ସଟ୍‌ ଖେଳିପାରିନଥାନ୍ତି କିମ୍ବା ମିଡ୍‌ ଅନ୍‌ ଉପରେ ସଟ୍‌ ମାରିପାରିନଥାନ୍ତି। ଏହା ତୁଳନାରେ ଵାର୍ନର ସବୁପଟକୁ ସଟ୍‌ ଖେଳିବାରେ ମାହିର ଥାଆନ୍ତି। ତେଣୁ ଵାର୍ନରଙ୍କୁ ବଲ୍‌ ପକାଇବା ବେଳେ ଗତିରେ ପରିବର୍ତ୍ତନ ଆଣିବା ଜରୁରି ହୋଇଥାଏ ବୋଲି ହରଭଜନ କହିଛନ୍ତି।

ସମ୍ବନ୍ଧିତ ଖବର