ନୂଆଦିଲ୍ଲୀ: ଲକ୍ଡାଉନ୍ ସମୟରେ ଭାରତୀୟ ଲେଗ୍ ସ୍ପିନର୍ ୟୁଜ୍ବେନ୍ଦ୍ର ଚହଲ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ସକ୍ରିୟ ରହିଛନ୍ତି। ସାମାଜିକ ଗଣମାଧ୍ୟମରେ ତାଙ୍କ କାର୍ଯ୍ୟକଳାପ ବହୁ କ୍ରିକେଟର୍ଙ୍କ ଦୃଷ୍ଟି ଆକର୍ଷଣ କରୁଛି। ତାଙ୍କ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ସାଥୀ ୱେଷ୍ଟ୍ଇଣ୍ଡିଜ୍ର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ କ୍ରିସ୍ ଗେଲ୍ ଏହାକୁ ନାପସନ୍ଦ କରିଛନ୍ତି। ଇନ୍ଷ୍ଟାଗ୍ରାମ ଲାଇଭ୍ ସେସନ୍ରେ ଚହଲ୍ଙ୍କୁ ଗେଲ୍ କହିଛନ୍ତି, ତୁମେ ଏବେ ସାମାଜିକ ଗଣମାଧ୍ୟମ ଛାଡ଼ିଦେବା ଦରକାର। କାରଣ ତୁମର ପୋଷ୍ଟ୍ ଗୁଡ଼ିକ ଅତି ବିରକ୍ତିକର। ସତରେ ମୁଁ ଯାଉଛି ଟିକ୍ ଟକ୍କୁ କହିବି ତୁମକୁ ବ୍ଲକ୍ କରିବ। ମୁଁ ତୁମ ଉପରେ ଖପ୍ପା। ତୁମକୁ ଆଉ ମୋ ଜୀବନରେ ଦେଖିବାକୁ ଚାହୁଁନି। ଯାଉଛି ତୁମକୁ ବ୍ଲକ୍ କରିବି ବୋଲି ଗେଲ୍ ମଜାରେ ମଜାରେ କହିଛନ୍ତି।
ନିକଟରେ ବିରାଟ କୋହଲି ଇନ୍ଷ୍ଟାଗ୍ରାମ୍ ଲାଇଭ୍ରେ ଏବି ଡି’ଭିଲିୟର୍ସଙ୍କ ସହ କଥା ହେବା ବେଳେ ଚହଲଙ୍କ ବିଷୟରେ ଉଠାଇଥିଲେ। ଚହଲ ସାମାଜିକ ଗଣମାଧ୍ୟମରେ ଛାଡ଼ୁଥିବା ଭିଡ଼ିଓଗୁଡ଼ିକ ଅତି ବିରକ୍ତିକର। ସେ ଜଣେ ଅନ୍ତର୍ଜାତୀୟ କ୍ରିକେଟର୍ ଏବଂ ତାଙ୍କୁ ୨୯ ବର୍ଷ ବୟସ ହେଲାଣି ବୋଲି ଭୁଲି ଯାଉଛନ୍ତି। ତୁମେ ଚହଲଙ୍କ ଭିଡିଓ ଦେଖ। ଚହଲ କିପରି ଭାଣ୍ଡାମୀ କରୁଛନ୍ତି ବୋଲି ଡି’ଭିଲିୟର୍ସଙ୍କୁ କହିଥିଲେ। ଚହଲ ଜଣେ ପାଗଳ, ସେ ରାତି ଗୋଟାଏରେ ମୋେତ ଡାକନ୍ତି ବୋଲି ଡି’ଭିଲିୟର୍ସ ଏହି ଲେଗ୍ ସ୍ପିନର୍ଙ୍କ ବିଷୟରେ କୋହଲିଙ୍କୁ କହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/gayle_M.jpg)