ଶେଷ ଓଭର ବିଜୟରେ ଗେଲ୍‌ ବିଚଳିତ ନଥିଲେ

ଆବୁଧାବି ଛକା ସାରଜାରେ!

ନୂଆଦିଲ୍ଲୀ : ଚଳିତ ଆଇପିଏଲ୍‌ରେ କ୍ରିସ୍‌ ଗେଲ୍‌ ଖେଳିଥିବା ପ୍ରଥମ ମ୍ୟାଚ୍‌ରେ ୫ଟି ଛକା ମାରିଥିଲେ। ଏଥିସହିତ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ୪୫ ବଲ୍‌ରୁ ସେ ୫୩ ରନ୍‌ ସ˚ଗ୍ରହ କରିଥିଲେ। ଫଳରେ କିଙ୍ଗ୍ସ ଏକାଦଶ ପଞ୍ଜାବ ୮ ଵିକେଟରେ ବିଜୟୀ ହୋଇଥିଲା। ତଥାପି ଏହି ବିଜୟ ଦଳ ପାଇଁ ଏତେ ସହଜ ନଥିଲା। ଶେଷ ଓଭରରେ ୟୁଜବେନ୍ଦ୍ର ଚହଲଙ୍କୁ ଯେତେବେଳେ ଗେଲ୍‌ ସାମ୍ନା କରୁଥିଲେ ପ୍ରଥମ ୩ ବଲ୍‌ରୁ କୌଣସି ବଡ଼ ସର୍ଟ ମାରିପାରିନିଲେ। ଏହାପରେ ଗେଲ୍‌ ଆଉଟ୍‌ ହୋଇଯାଇଥିଲେ। ଶେଷ ବଲ୍‌ରେ ୧ ରନ୍‌ ଆବଶ୍ୟକତା ହେଉଥିଲା ବେଳେ ନିକୋଲାସ ପୂରନ୍‌ ଛକା ମାରି ଦଳକୁ ଜିତାଇଥିଲେ।

ତେବେ ଶେଷ ଓଭର ବେଳକୁ ସେ ଆଦୌ ବିଚଳିତ ନଥିବା ଗେଲ୍‌ ମ୍ୟାଚ୍‌ ପରେ ପ୍ରତିକ୍ରିୟା ରଖିଥିଲେ। ଯଦିଓ ସେ ପ୍ରଶ˚ସକଙ୍କୁ ଝଟ୍‌କା ଦେଇଥିଲେ, ତଥାପି ମ୍ୟାଚ୍‌କୁ ସେ ନିଜ ପକେଟ୍‌କୁ ଆଣିପାରିବେ ବୋଲି ଆଶା ରଖିଥିଲେ। ତଥାପି କ୍ରିକେଟରେ ଅନେକ କିଛି ନୂଆ ଘଟିଥାଏ ବୋଲି ଗେଲ୍‌ କହିଛନ୍ତି। ଗେଲ୍‌ଙ୍କ ମତରେ, ଏବେ ସେ ବଳୟ ବାହାରକୁ ଆସିସାରିଛନ୍ତି। ଏଭଳି ପିଚ୍‌ରେ ଦଳକୁ ପ୍ରଥମେ ବ୍ୟାଟି˚ କରିବା କଷ୍ଟକର ହେବ। ତେଣୁ ଦ୍ବିତୀୟ ପାଳିରେ ବଲ୍‌ ଭଲରେ ବ୍ୟାଟ୍‌ ପାଖକୁ ଆସିବାରୁ ବଡ଼ ସଟ୍‌ ଖେଳିବା ସହଜ ହୋଇଥିଲା। ଦଳ ଯେଉଁ ଦାୟିତ୍ବ ଦେଇଥିଲା, ତାହାକୁ ସେ ଠିକ୍‌ ଭାବେ ନିର୍ବାହ କିରପାରିଥିବା ଗେଲ୍‌ କହିଛନ୍ତି। ଏପରିକି ୨୦୨୧ ସ˚ସ୍କରଣରେ ମଧ୍ୟ ସେ ଆଇପିଏଲ୍‌ରେ ଖେଳିପାରନ୍ତି ବୋଲି ସଙ୍କେତ ଦେଇଛନ୍ତି।

ଆବୁଧାବି ଛକା ସାରଜାରେ!
ଦୁବାଇ : ଚଳିତ ଆଇପିଏଲରେ କିଙ୍ଗ୍ସ ଇଲେଭେନ୍ ପଞ୍ଜାବ ଦଳର ଅଷ୍ଟମ ମ୍ୟାଚ୍‌ କ୍ରିସ୍ ଗେଲ୍‌ଙ୍କ ପାଇଁ ପ୍ରଥମ ଥିଲା। ପ୍ରଥମରୁ ଛାପ ଛାଡ଼ିବାରେ ସକ୍ଷମ ହୋଇଛନ୍ତି ଏହି ୱେଷ୍ଟଇଣ୍ଡିଜ୍ ମହାନ। ଏଥି ସହିତ ପଞ୍ଜାବ ମଧ୍ୟ ପରାଜୟ ଧାରା ଭାଙ୍ଗିବାରେ ସକ୍ଷମ ହୋଇଛି। ଗେଲ୍‌ଙ୍କ ଉପଯୋଗୀ ପାଳି ପାଇଁ ତାଙ୍କ ଘନିଷ୍ଠ ବଂଧୁ ଭାରତୀୟ ଅଲରାଉଣ୍ଡର୍‌ ଯୁବରାଜ ସିଂହ ତାଙ୍କୁ ଢେର ପ୍ରଶଂସା କରିଛନ୍ତି। ନିଜ ଟ୍ବିଟ୍‌ରେ ଯୁବରାଜ ଏଭଳି ‌ଲେଖିଛନ୍ତି ‘ଯଦି ୟୁନିଭର୍ସ ବସ୍ ବଲକୁ ବ୍ୟାଟ୍‌ର ମଝିରେ ସଂଯୋଗ କରିବାରେ ସକ୍ଷମ ହେବେ ତେବେ ବଲ ନିଶ୍ଚିତ ଆବୁଧାବିରୁ ଯାଇ ସାରଜାରେ ପଡ଼ିବ’। ବାସ୍ତବରେ ଆବୁଧାବିରୁ ସାରଜା ୧୬୪ କିଲୋମିଟର‌ ହୋଇଥିଲେ ମଧ୍ୟ ଯୁବି ମଜାରେ ଏଭଳି କହିଥିଲେ। ଏହି ଅବସରରେ ପଞ୍ଜାବର ୮ ୱିକେଟ୍ ବିଜୟ ପାଇଁ ଯୁବରାଜ ମଧ୍ୟ କେଏଲ୍‌ ରାହୁଲ ଓ ମୟଙ୍କ ଅଗ୍ରୱାଲଙ୍କ ଅବଦାନକୁ ପ୍ରଶଂସା କରିଥିଲେ। ଏମାନେ ମ୍ୟାଚ୍‌ ଶେଷ କରି ଫେରିବାର ଥିଲା‌ ବୋଲି ଯୁବି କହିଥିଲେ। ପ୍ରତିପକ୍ଷ ଆର୍‌ସିବି ଦଳରେ ଏବି ଡି’ଭିଲିୟର୍ସଙ୍କ ବ୍ୟାଟିଂ ପଦୋନ୍ନତିକୁ ନେଇ ଯୁବି ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ।

ସମ୍ବନ୍ଧିତ ଖବର