ମୁମ୍ବାଇ : ଆଇପିଏଲ୍ର ଚତୁର୍ଦଶ ସଂସ୍କରଣ ଆରମ୍ଭ ପୂର୍ବରୁ ପଞ୍ଜାବ କିଙ୍ଗ୍ସ ବ୍ୟାଟ୍ସମ୍ୟାନ୍ କ୍ରିସ ଗେଲ୍ ବାଧ୍ୟତାମୂଳକ ୭ ଦିନିଆ ସଂଗରୋଧ ଶେଷ କରିଛନ୍ତି। ଏହି ୟୁନିଭର୍ସ ବସ୍ ସଂଗରୋଧ ଶେଷ କରିବା ପରେ ଦିବଂଗତ ପପ୍ କିଂବଦନ୍ତି ମାଇକେଲ୍ ଜ୍ୟାକ୍ସନ୍ଙ୍କ ପ୍ରସିଦ୍ଧ ସଙ୍ଗୀତ ‘ସ୍ମୁଥ୍ କ୍ରିମିନାଲ୍’ ମୁନ୍ ୱାକ୍ କରିଥିଲେ। ଗେଲ୍ଙ୍କ ଏହି ଭିଡିଓକୁ ପଞ୍ଜାବ କିଙ୍ଗ୍ସ ତା’ ଟ୍ବିଟର୍ ପୃଷ୍ଠାରେ ପୋଷ୍ଟ୍ କରିଥିଲା। ଯେଉଁଥିରେ ଗେଲ୍ ପ୍ରତି ଷ୍ଟେପ୍ ତର୍ଜମା କରି ସଙ୍ଗୀତରେ ତାଳ ପକାଉଥିବାର ଦେଖାଯାଇଛି। ଏହାର ଶିରୋନାମାରେ ପଞ୍ଜାବ କିଙ୍ଗ୍ସ ଲେଖିଛି, ‘‘ସଂଗରୋଧ ଖେଳ ଶେଷ, ବାହାରକୁ ଆସିଲେ ତୁହାଡେ ପସନ୍ଦ-କ୍ରିସ୍ ଗେଲ୍’’। ଗେଲ୍ ପଞ୍ଜାବ ଦଳର ତାରକା ବ୍ୟାଟ୍ସମ୍ୟାନ୍। ଗତ ସଂସ୍କରଣରେ ସେ ୭ ମ୍ୟାଚ୍ ଖେଳି ୨୮୮ ରନ୍ କରିଥିଲେ। ତାଙ୍କ ନାଁରେ ମଧ୍ୟ ଏହି ଧନି କ୍ରିକେଟ୍ ଲିଗ୍ରେ ସର୍ବାଧିକ ଛକା ୩୪୯ ମାରିବାର କୀର୍ତ୍ତିମାନ ରହିଛି।
ସଂଗରୋଧ ପରେ ଗେଲ୍ଙ୍କ ‘ମୁନ୍ ୱାକ୍’
/sambad/media/post_attachments/wp-content/uploads/2021/04/Gayle.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)