ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମ୍ସ୍ଥିତ ସରକାରୀ ଶାରୀରିକ ଶିକ୍ଷା ମହାବିଦ୍ୟାଳୟ (ଜିସିପିଇ)ର ଅଧ୍ୟକ୍ଷ ଡକ୍ଟର ମନମୋହନ ରାଉତଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଧନା ପ୍ରଦାନ କରାଯାଇଛି। ଅଗଷ୍ଟ ୩୧ ତାରିଖରେ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ନିରାଡମ୍ବର ବିଦାୟ ସମ୍ବର୍ଧନା ପ୍ରଦାନ କରାଯାଇଥିଲା। ରବିବାର କିଟ୍ ବିଶ୍ୱବିଦ୍ୟାଳୟ ପରିସରରେ କିନ୍ତୁ ଡକ୍ଟର ରାଉତଙ୍କୁ ଏକ ବିଶେଷ ଉତ୍ସବରେ ସମ୍ବର୍ଧିତ କରାଯାଇଥିଲା। ଶାରୀରିକ ଶିକ୍ଷା ବିକାଶ ପରିଷଦ (ଫେଡ୍କୋ), ପୂର୍ବତନ ଛାତ୍ରଛାତ୍ରୀ ଏବଂ ଶୁଭେଚ୍ଛୁଙ୍କ ପକ୍ଷରୁ ମିଳିତଭାବେ ଆୟୋଜିତ ଏହି ଉତ୍ସବରେ ଏସିଆଡ୍ ପଦକ ବିଜୟିନୀ ଦୂତି ଚାନ୍ଦ ମୁଖ୍ୟ ଆକର୍ଷଣ ଥିଲେ। ଡକ୍ଟର ଶକ୍ତିରଂଜନ ମିଶ୍ର, ପ୍ରଫେସର ସୁଶାନ୍ତ ଦାସ, କିଟ୍ ଓ କିସ୍ କ୍ରୀଡ଼ା ନିର୍ଦେଶକ ଡକ୍ଟର ଗଗନେନ୍ଦୁ ଦାଶ, ଏସ୍ସିବି ମେଡିକାଲ୍ କଲେଜ୍ କ୍ରୀଡ଼ା ଅଧିକାରୀ ତାରିଣୀ ପ୍ରସାଦ ଦାସ, ରେଭେନସା ବିଶ୍ୱବିଦ୍ୟାଳୟ କ୍ରୀଡ଼ା ଅଧିକାରୀ ଅଞ୍ଜନ କୁମାର ଖୁଣ୍ଟିଆ, ଉତ୍କଳ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ଅଧିକାରୀ ଅମ୍ବିକା ପ୍ରସାଦ ରାୟ, ସାଇ ଇଣ୍ଟରନ୍ୟାସନାଲର କ୍ରୀଡ଼ା ମୁଖ୍ୟ ଏସ୍ ସମିମ୍ ପ୍ରମୁଖ ଉପସ୍ଥିତ ଥିଲେ।
ଜିସିପିଇ ଅଧ୍ୟକ୍ଷଙ୍କୁ ଅବସରକାଳୀନ ସମ୍ବର୍ଧନା
/sambad/media/post_attachments/wp-content/uploads/2018/09/14-Dr-Manmohan-Rout.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)