ମା’ ହେବାକୁ ଯାଉଛନ୍ତି ଗୀତା

ନୂଆଦିଲ୍ଲୀ: ରାଜ୍ୟଗୋଷ୍ଠୀ ସ୍ବର୍ଣ୍ଣ ପଦକ ବିଜୟିନୀ କୁସ୍ତି ତାରକା ଗୀତା ଫୋଗଟ ମା’ ହେବାକୁ ଯାଉଛନ୍ତି। ଇନଷ୍ଟାଗ୍ରାମରେ ଗର୍ଭବତୀ ଥିବାର ଫଟୋ ପ୍ରକାଶ କରି ନିଜେ ଗୀତା ଏହି ସୂଚନା ଦେଇଛନ୍ତି। ଏହି ଫଟୋ ପ୍ରକାଶ ପାଇବା ପରେ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି। ସେଥିମଧ୍ୟରେ ହୀନା ଖାନ୍ ଓ ନିଆ ଶର୍ମାଙ୍କ ଭଳି ଲୋକପ୍ରିୟ ଅଭିନେତ୍ରୀଙ୍କ ସହ ବହୁ କ୍ରୀଡ଼ାବିତ୍ ଏବଂ ଗୀତାଙ୍କ ପରିବାରବର୍ଗ ଅଛନ୍ତି। ଗିତା ୨୦୧୬ ନଭେମ୍ବର ୨୦ ତାରିଖରେ ଅନ୍ତର୍ଜାତୀୟ କୁସ୍ତିଯୋଦ୍ଧା ପବନ କୁମାରଙ୍କୁ ବିବାହ କରିଥିଲେ। ସେ ପ୍ରଥମ ଥର ମା’ ହେବେ।

ସମ୍ବନ୍ଧିତ ଖବର