ଇଂଲଣ୍ଡର ୨ କ୍ରିକେଟରଙ୍କୁ ‘ନାଇଟ୍‌ହୁଡ’ ଉପାଧୀ

ଲଣ୍ଡନ: ଇଂଲଣ୍ଡର ବରିଷ୍ଠ କ୍ରିକେଟର ଜ୍ୟୋଫ୍ରି ବଏକଟ୍‌ ଏବଂ ଆଣ୍ଡ୍ର୍ୟୁ ଷ୍ଟ୍ରାସ୍‌ଙ୍କୁ ଇଂଲଣ୍ଡର ସବୁଠାରୁ ବଡ଼ ନାଗରିକ ସମ୍ମାନ ‘ନାଇଟ୍‌ହୁଡ’ ଉପାଧୀ ମିଳିଛି। ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ଥେରେସା ମେ’ ଇସ୍ତଫା ଦେବା ସହ ନିଜର ସମ୍ମାନ ତାଲିକାରେ ନାଇଟ୍‌ହୁଡ ପାଇଁ ଏହି ଦୁଇ ଖେଳାଳିଙ୍କୁ ସାମିଲ କରିଥିଲେ। ଏହି ଦୁଇ ଖେଳାଳିଙ୍କୁ ଇଂଲଣ୍ଡ କ୍ରିକେଟ୍‌ ଟିମ୍‌ ସହ ଭଲ କ୍ୟାରିୟର ପରେ ଖେଳ ପ୍ରତି ଦେଇଥିବା ସମ୍ମାନ ପାଇଁ ନାଇଟ୍‌ହୁଡ ଉପାଧୀ ଦିଆଯାଇଛି। ଇଂଲଣ୍ଡ କ୍ରିକେଟ୍‌ ଟିମ୍‌ ଭଲ କ୍ୟାରିୟର ପରେ ଖେଳ ପ୍ରତି ସେବା ପାଇଁ ବଏକଟ ଓ ଷ୍ଟ୍ରାସଙ୍କୁ ଏହି ସମ୍ମାନ ମିଳିଛି।

ବଏକଟ ଇଂଲଣ୍ଡ ତରଫରୁ ୧୯୬୪ରୁ ୧୯୮୨ ମଧ୍ୟରେ ଟେଷ୍ଟ କ୍ରିକେଟରେ ୧୦୮ ମ୍ୟାଚ୍‌ ଖେଳି ୪୭.୭୨ ହାରରେ ୮୧୧୪ ରନ୍‌ କରିଥିଲେ। ଏହା ବ୍ୟତୀତ ସେ ଇଂଲଣ୍ଡ ପାଇଁ ୩୬ଟି ଦିନିକିଆ ଖେଳିଥିଲେ। ବଏକଟ ୧୯୯୮ରେ ପ୍ରଶଂସକମାନେ ନିଜର ପୂର୍ବତନ ଗର୍ଲଫ୍ରେଣ୍ଡଙ୍କୁ ପ୍ରତାଡିତ କରିଥିବା ଅଭିଯୋଗ ଆଣିଥିଲେ। ଏଥିପାଇଁ ତାଙ୍କୁ ଜରିମାନ ଲାଗିଥିଲା ଏବଂ କିଛି ଦିନ ପାଇଁ କ୍ରିକେଟରୁ ନିଲମ୍ବନ ହେବାକୁ ପଡ଼ିଥିଲା। ସେ ଆଜିଯାଏଁ ଏହି ମାମଲାରେ ନିଜକୁ ନିର୍ଦ୍ଦୋଶ ମନେ କରିଥାନ୍ତି। ୭୮ ବର୍ଷିଅ ବଏକଟ ଏବେ କର୍କଟ ରୋଗରେ ପୀଡ଼ିତ ଅଛନ୍ତି। ଏକଦା ତାଙ୍କର ହୃଦୟ ଅସ୍ତ୍ରୋପଚାର ହୋଇଥିଲା।

Getty image

ସେହିଭଳି ପୂର୍ବତନ ବ୍ୟାଟସ୍‌ମ୍ୟାନ ଷ୍ଟ୍ରାସ୍‌ଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ ବିପକ୍ଷରେ ଇଂଲଣ୍ଡ ୨୦୦୯ ଏବଂ ୨୦୧୦-୧୧ରେ ଏସେସ୍‌ ଶୃଙ୍ଖଳା ଜିତିଥିଲା। ଷ୍ଟ୍ରାସ୍‌ ୨୦୦୪ରୁ ୨୦୧୨ ମଧ୍ୟରେ ୧୨୭ ଦିନିକିଆ ଓ ୧୦୦ ଟେଷ୍ଟ ମ୍ୟାଚ୍‌ ଖେଳିଥିଲେ। ପରେ ପୁରୁଷ ଟିମ୍‌ର ନିର୍ଦ୍ଦେଶକ ହୋଇଥିଲେ। ସେ ଇଂଲଣ୍ଡ ଟିମ୍‌କୁ ବିଶ୍ୱକପ୍‌ ପାଇଁ ପ୍ରସ୍ତୁତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ।

ସମ୍ବନ୍ଧିତ ଖବର