ମାଦ୍ରିଦ: ଇଟାଲିର ମାତିଓ ବେରେତିନିଙ୍କୁ ୬-୭(୮), ୬-୪, ୬-୩ ସେଟ୍ରେ ପରାସ୍ତ କରି ଜର୍ମାନିର ଆଲେଜାଣ୍ଡର ଜେରେଭ୍ ଚଳିତବର୍ଷର ମାଡ୍ରିଡ ଓପନ୍ ଟେନିସ୍ ପ୍ରତିଯୋଗିତାରେ ବିଜେତା ଆଖ୍ୟା ଅର୍ଜନ କରିଛନ୍ତି। ଏହା ତାଙ୍କର ଦ୍ବିତୀୟ ମାଡ୍ରିଡ ଓପନ୍ ଟ୍ରଫି ହୋଇଥିଲା ବେଳେ ଚତୁର୍ଥ ମାଷ୍ଟର୍ସ-୧୦୦୦ ଟାଇଟଲ। ନିଜ ଫାଇନାଲ୍ ପଥରେ କ୍ଲେ କୋର୍ଟ ବିଶେଷଜ୍ଞ ତଥା ସ୍ପେନର ମହାନ ଖେଳାଳି ରଫେଲ ନାଦାଲ ଓ ଡୋମିନିକ୍ ଥିମ୍ଙ୍କ ଭଳି ଖେଳାଳିଙ୍କୁ ହରାଇଥିବା ଜେରେଭ୍ ପ୍ରଥମ ସେଟ୍ ହାରି ଯାଇଥିଲେ। ହେଲେ ପରବର୍ତ୍ତୀ ଦୁଇ ସେଟ୍ ଜିତି ୨୦୧୯ ମସିହା ପରଠାରୁ ପ୍ରଥମ ଥର ପାଇଁ କୌଣସି କ୍ଲେ କୋର୍ଟ ପ୍ରତିଯୋଗିତାରେ ବିଜେତା ହେବାର ଗୌରବ ହାସଲ କରିଥିଲେ। ମାନୋଲୋ ସାଣ୍ଟାନାର ଇନ୍ଡୋର ଷ୍ଟାଡିୟମରେ ଖେଳା ଯାଇଥିବା ଏହି ଫାଇନାଲ୍ ବିଜୟକୁ ଜେରେଭ୍ ନିଜ ଘଟଣା ବହୁଳ ଖେଳ ଜୀବନର ଅନ୍ୟତମ ସ୍ମରଣୀୟ ସଫଳତା ଭାବେ ବର୍ଣ୍ଣନା କରିଥିଲେ।
ଜେରେଭ୍ ଜିତିଲେ ମାଡ୍ରିଡ ଓପନ୍
/sambad/media/post_attachments/wp-content/uploads/2021/05/54hjdg4j98d9j4dg56j46d5gjdgdgdgdgdgdgdgdgdgdgdgdgdgdgdgdgdg.jpg)