ଭୁବନେଶ୍ବର : ଚଳିତ ଏଫ୍ଆଇଏଚ୍ ବିଶ୍ବକପ୍ରେ ରବିବାର ବେଲ୍ଜିୟମ୍ ଓ ଜର୍ମାନି ମଧ୍ୟରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ। ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମ୍ରେ ସଂଧ୍ୟା ୭ଟାରେ ଦୁଇ ୟୁରୋପୀୟ ଶକ୍ତି ବେଲଜିୟମ୍ ଏବଂ ଜର୍ମାନି ମଧ୍ୟରେ ଟ୍ରଫି ପାଇଁ ଲଢ଼େଇ ହେବ। ଏହି ମ୍ୟାଚ୍ ପୂର୍ବରୁ କାଂସ୍ୟ ପଦକ ପାଇଁ ଦୁଇ ପରାଜିତ ସେମିଫାଇନାଲିଷ୍ଟ ଦଳ ଅଷ୍ଟ୍ରେଲିଆ ଓ ନେଦରଲାଣ୍ଡ୍ସ ମଧ୍ୟରେ ଅପରାହ୍ଣ ୪.୩୦ରେ ଲଢ଼େଇ ହେବ। ଭୁବନେଶ୍ବରରେ ବିଶ୍ବକପ୍ ଭାଗ୍ୟ ଉଦୟ କରିଥିବା ବେଲଜିୟମ୍ ଏଠାରେ ଦ୍ବିତୀୟ ଥର ଟ୍ରଫି ତୋଳି ଧରିବା ଲକ୍ଷ୍ୟରେ ଥିବାବେଳେ ଜର୍ମାନି ତୃତୀୟ ଥର ବିଶ୍ବମୁକୁଟ ଜିତିବା ଆଶାରେ ରହିଛି। ୨୦୧୮ରେ ସେହି କଳିଙ୍ଗ ହକି କଂପ୍ଲେକ୍ସରେ ବେଲଜିୟମ୍ ଫାଇନାଲ୍ରେ ନେଦରଲାଣ୍ଡ୍ସକୁ ପରାସ୍ତ କରି ପ୍ରଥମ ଥର ପାଇଁ ଟ୍ରଫି ହାସଲ କରିଥିଲା। ଜର୍ମାନି ୨୦୦୨ ଓ ୨୦୦୬ରେ ଅନୁଷ୍ଠିତ ହୋଇଥିଲା।
/sambad/media/post_attachments/wp-content/uploads/2023/01/h1d-300x71.jpg)
ମୁହାଁମୁହିଁ: ବିଶ୍ବକପ୍ ଫାଇନାଲ୍ ମ୍ୟାଚ୍ ପୂର୍ବରୁ ଏହି ଦୁଇ ୟୁରୋପୀୟ ଦେଶ ମଧ୍ୟରେ କିଛି ବିଶେଷ ତଥ୍ୟଗତ ଫରକ ନଥିବା ସୂଚନା ମିଳିଛି। ପରସ୍ପର ସହିତ ୩୫ ଥର ମୁକାବିଲା କରିଥିବା ବେଳେ ବେଲଜିୟମ୍ ୧୫, ଜର୍ମାନି ୧୩ ଥର ଜିତିଛି। ୭ଟି ମୁକାବିଲା ଅମୀମାଂସିତ ରହିଛି। ୨୦୧୭ ଜୁଲାଇ ପରେ କିନ୍ତୁ ଜର୍ମାନି ମାତ୍ର ଥରେ ବେଲଜିୟମକୁ ହରାଇଛି। ଗତ ନଭେମ୍ବର ମାସରେ ଏଫ୍ଆଇଏଚ୍ ପ୍ରୋ ଲିଗ୍ରେ ଏହି ପରାଜୟଟି ବରଣ କରିଥିଲା ବେଲଜିୟମ୍। ହକି ବିଶ୍ବକପ୍ ଇତିହାସରେ ଏହି ଦୁଇ ଦେଶ ପରସ୍ପର ସହ ମାତ୍ର ୫ ଥର ଖେଳିଛନ୍ତି। ସମାନ ୨ ଲେଖାଏଁ ମଧ୍ୟ ଜିତିଛନ୍ତି। ଗୋଟିଏ ମ୍ୟାଚ୍ ଚଳିତ ସଂସ୍କରଣରେ ଅମୀମାଂସିତ (୨-୨) ରହିଛି। ୧୯୯୪ରେ ଜର୍ମାନି ୬-୦ରେ ଏବଂ ୨୦୦୨ରେ ଜର୍ମାନି ୩-୦ରେ ଜିତିଥିବା ବେଳେ ୨୦୧୪ ଓ ୨୦୧୮ରେ ବେଲଜିୟମ୍ ଯଥାକ୍ରମେ ୪-୨ ଓ ୨-୧ରେ ଜିତିଥିଲା।
/sambad/media/post_attachments/wp-content/uploads/2023/01/h2f-300x123.jpg)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/01/hockey-j.jpg)