ମ୍ୟୁନିକ୍: ୟୁରୋ କପ୍ ଶୁକ୍ରବାର ରାତିରୁ ଆରମ୍ଭ ହୋଇଛି। ସ୍କଟ୍ଲାଣ୍ଡ୍ ବିପକ୍ଷ ପ୍ରଥମ ମ୍ୟାଚ୍ରେ ଜର୍ମାନିର ଜଲ୍ୱା ଦେଖିବାକୁ ମିଳିଛି। ପ୍ରଥମାର୍ଦ୍ଧ ସୁଦ୍ଧା ୩ ଥର ବିଜେତା ଜର୍ମାନି ୩-୦ରେ ଆଗୁଆ ରହିଛି। ଦଳ ପାଇଁ ୧୦ ମିନିଟରେ ଯୁବ ତାରକା ଫ୍ଲୋରିଆନ୍ ୱିର୍ଜ ପ୍ରଥମ ଗୋଲ୍ ଦେଇଥିଲେ। ମାତ୍ର ୨୧ ବର୍ଷ ୪୨ ଦିନରେ ସେ ମଧ୍ୟ ୟୁରୋ କପ୍ର ସର୍ବକନିଷ୍ଠ ଗୋଲ୍ ସ୍କୋରର୍ ହୋଇଛନ୍ତି। ଏହା ପରେ ୧୯ତମ ମିନିଟରେ ଅନ୍ୟତମ ୨୧ ବର୍ଷୀୟ ମୁସିଆଲା ଦ୍ବିତୀୟ ଗୋଲ୍ ଦେଇଥିବାବେଳେ ପ୍ରଥମାର୍ଦ୍ଧ ଇନଜ୍ୟୁରି ଟାଇମ୍ (୪୫+୩ ମିନିଟ୍)ରେ ଜର୍ମାନିକୁ ୩-୦ରେ ଆଗୁଆ ରଖିଥିଲେ ହାର୍ଭେଜ୍। ସେ ପେନାଲ୍ଟିରୁ ଏହି ଗୋଲ୍ ଦେଇଥିଲେ। ପ୍ରଥମାର୍ଦ୍ଧ ସୁଦ୍ଧା ୩-୦ରେ ଆଗୁଆ ହେବାରେ ଫ୍ରାନ୍ସ (୨୦୧୬) ପରେ ଜର୍ମାନି ଦ୍ବିତୀୟ ଦଳ ହୋଇଛି।
ଶନିବାର ଭାରତୀୟ ସମୟ ସଂଧ୍ୟା ୬.୩୦ରେ ହଙ୍ଗେରି-ସ୍ବିଜରଲାଣ୍ଡ୍ ଏବଂ ୯.୩୦ରେ ସ୍ପେନ୍ କ୍ରୋଏସିଆ ମୁକାବିଲା ହେବ। ମୋଟ ୨୪ ଦଳ ଅଂଶଗ୍ରହଣ କରୁଥିବା ଏହି ପ୍ରତିଯୋଗିତାକୁ ୬ଟି ଗ୍ରୁପ୍ରେ ବିଭକ୍ତ କରାଯାଇଛି। ୨୦୨୦ରେ ଅନୁଷ୍ଠିତ ଗତ ସଂସ୍କରଣ ଫାଇନାଲ୍ରେ ଇଂଲଣ୍ଡକୁ ହରାଇ ଇଟାଲି ବିଜେତା ହୋଇଥିଲା। ଶନିବାର ରାତି ୧୨.୩୦ରେ ଆଲବାନିଆ ସହ ଖେଳି ଇଟାଲି ଟାଇଟଲ୍ ଡିଫେନ୍ସ ଅଭିଯାନ ଆରମ୍ଭ କରିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/06/hfshsfhfhfh.jpg)