ଭୁବନେଶ୍ୱର: ଡିସେମ୍ବର ପହିଲାରୁ ୧୦ ତାରିଖ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମ୍ ହକି କଂପ୍ଲେକ୍ସରେ ଆୟୋଜିତ ହେବାକୁ ଥିବା ବିଶ୍ୱ ହକି ଲିଗ୍ ଫାଇନାଲର ଗ୍ରୁପ୍ ‘ବି’ ମ୍ୟାଚ୍ ପ୍ରଥମ ଦିନ ଏବଂ ଗ୍ରୁପ୍ ‘ଏ’ ମ୍ୟାଚ୍ ଦ୍ୱିତୀୟ ଦିନରୁ ଆରମ୍ଭ ହେବ। ୧ରୁ ୫ ପ୍ରଥମ ପର୍ଯ୍ୟାୟ ଏବଂ ୬-୭ ଦୁଇ ଦିନ ଧରି କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟ ଖେଳାଯିବ। ୮ ଓ ୯ ତାରିଖରେ ପଞ୍ଚମରୁ ଅଷ୍ଟମ ସ୍ଥାନ ପର୍ଯ୍ୟନ୍ତ ମ୍ୟାଚ୍ ଅନୁଷ୍ଠିତ ହେବ। ୮ ଏବଂ ୯ ତାରିଖରେ ମଧ୍ୟ ଦୁଇଟି ସେମିଫାଇନାଲ୍ ମ୍ୟାଚ୍ ଖେଳାଯିବା। ୧୦ ତାରିଖରେ ମେଗା ଫାଇନାଲ୍ ଅନୁଷ୍ଠିତ ହେବ। ସେହିଦିନ ମଧ୍ୟ ତୃତୀୟ ଏବଂ ଚତୁର୍ଥ ସ୍ଥାନ ପାଇଁ ମୁକାବିଲା ହେବ। ଉଦଘାଟନୀ ମୁକାବିଲା ଦୁଇ ୟୁରୋପୀୟ ଦେଶ ଜର୍ମାନି ଏବଂ ଇଂଲଣ୍ଡ ମଧ୍ୟରେ ୧ ତାରିଖ ଅପରାହ୍ନ ୪ଟା ୪୫ରୁ ଆରମ୍ଭ ହେବ। ଭାରତ ସେହିଦିନର ଦ୍ୱିତୀୟ ମ୍ୟାଚ୍ରେ ବିଶ୍ୱ ବିଜେତା ଅଷ୍ଟ୍ରେଲିଆକୁ ଭେଟି ଅଭିଯାନ ଆରମ୍ଭ କରିବ। ଭାରତ ତା’ର ଦ୍ୱିତୀୟ ମ୍ୟାଚ୍ ୨ ଏବଂ ତୃତୀୟ ୪ ତାରିଖରେ ଖେଳିବ। ଭାରତ-ଇଂଲଣ୍ଡ ମ୍ୟାଚ୍ ୨ ଏବଂ ଭାରତ-ଜର୍ମାନି ମ୍ୟାଚ୍ ୪ ତାରିଖରେ ଅନୁଷ୍ଠିତ ହେବ।
ହୋର୍ଡିଂରେ ପ୍ରଚାର ପ୍ରସାର
ହକି ବିଶ୍ୱ ଲିଗ୍ ଫାଇନାଲର ପ୍ରଚାର ପ୍ରସାର ଲାଗି ରାଜଧାନୀ ଭୁବନେଶ୍ୱରର ମହତ୍ୱପୂର୍ଣ୍ଣ ଛକ ଏବଂ ରାସ୍ତାରେ ହୋର୍ଡିଂ ବଡ଼ ବଡ଼ ହୋର୍ଡିଂ ଲାଗିଛି। କଳିଙ୍ଗ ଷ୍ଟାଡିୟମର ମୁଖ୍ୟ ପ୍ରବେଶ ପଥରେ ମଧ୍ୟ ଏଥିଲାଗି ଆଖିଦୃଶିଆ ହୋର୍ଡିଂ ଲଗା ଯାଇଛି। ସେହିଭଳି ଅନ୍ଲାଇନ୍ରେ ଟିକେଟ ବିକ୍ରି ବହୁ ପୂର୍ବରୁ ଆରମ୍ଭ ହୋଇ ଯାଇଥିଲା ବେଳେ କାଉଣ୍ଟରରେ ବୁଧବାରଠାରୁ ଟିକେଟ ବିକ୍ରି ଆରମ୍ଭ ହେବାର ଅଛି। ଭାରତୀୟ ଦଳ ୨୨ ତାରିଖରେ ଭୁବନେଶ୍ୱର ପହଞ୍ଚି ପରଦିନ ଅଭ୍ୟାସ ଆରମ୍ଭ କରିବ ବୋଲି ଜଣାପଡ଼ିଛି। ଅନ୍ୟ ଦଳଗୁଡ଼ିକ ୨୪ ତାରିଖରୁ ପହଞ୍ଚିବା ଆରମ୍ଭ କରିବେ। ଏହି ପ୍ରତିଯୋଗିତାର ଟିକେଟ ଦର କିନ୍ତୁ କଳିଙ୍ଗ ଷ୍ଟାଡିୟମରେ ପୂର୍ବରୁ ଆୟୋଜିତ ହୋଇଥିବା ଅନ୍ତର୍ଜାତୀୟ ପ୍ରତିଯୋଗିତାଠାରୁ ଢେର ଅଧିକ ରହିଛି। ପଶ୍ଚିମଷ୍ଟାଣ୍ଡ ଟିକେଟ ମୂଲ୍ୟ ଅଢ଼େଇ ଶହ ଟଙ୍କା ରହିଛି। ହେଲେ ପୂର୍ବ ଷ୍ଟାଣ୍ଡ ଟିକେଟ ଦର ୫୦ ଟଙ୍କା ରଖା ଯାଇଛି।
ଜର୍ମାନି-ଇଂଲଣ୍ଡ ଉଦ୍ଘାଟନୀ ମୁକାବିଲା
ଆଉ ୧୬ ଦିନ
/sambad/media/post_attachments/wp-content/uploads/2017/11/world-league.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)