ଭାରତଠାରୁ ହାରିବା ପରେ ସାଥୀ ଖେଳାଳିଙ୍କୁ ସରଫରାଜ କହିଲେ- ପ୍ରସ୍ତୁତ ରୁହ, ପାକିସ୍ତାନ ଫେରିଲେ, କିଛି ବି ହୋଇପାରେ

ମଂଚେଷ୍ଟର: ଭାରତ ଠାରୁ ପରାସ୍ତ ହେବା ସମାଲୋଚନାର ଶିକାର ହୋଇଥିବା ପାକିସ୍ତାନର ଅଧିନାୟକ ସରଫରାଜ ଅହମ୍ମଦ ନିଜର ସାଥୀ ଖେଳାଳିଙ୍କୁ ସତର୍କ କରାଇଛନ୍ତି। ସେ କହିଛନ୍ତି ଆଇସିସି ବିଶ୍ୱକପ୍‌ର ଅନ୍ୟ ମ୍ୟାଚ୍‌ଗୁଡ଼ିକରେ ଭଲ ପ୍ରଦର୍ଶନ ନ କଲେ ପାକିସ୍ତାନରେ ଆହୁରି ଉତ୍ତେଜନା ଦେଖାଯିବ। ଭାରତ ଠାରୁ ବିଶ୍ୱକପ୍‌ ମ୍ୟାଚ୍‌ରେ ୮୯ ରନ୍‌ରେ ହାରିବା ପରେ ପାକିସ୍ତାନୀ କ୍ରିକେଟର ପ୍ରଶଂସକ ଏବଂ ପୂର୍ବତନ ଖେଳାଳିଙ୍କୁ ଆଲୋଚନାର ଶିକାର ହେବାକୁ ପଡୁଛି। ସରଫରାଜ କହିଛନ୍ତି- ପ୍ରସ୍ତୁତ ରୁହ, ପାକିସ୍ତାନ ଫେରିଲେ କିଛି ବି ହୋଇପାରେ।

ଚଳିତ ବିଶ୍ୱକପ୍‌ରେ ପାକିସ୍ତାନ ଏ ଯାଏଁ ୫ଟି ମ୍ୟାଚ୍‌ ଖେଳିଛି। ଏଥିରୁ ୩ଟିରେ ପରାଜିତ ହୋଇଥିବା ବେଳେ ଗୋଟିଏ ମ୍ୟାଚ୍‌ରେ ଜିତିଛି। ଶ୍ରୀଲଙ୍କା ବିପକ୍ଷରେ ମ୍ୟାଚ୍‌ରେ ବର୍ଷା ଦାଉ ସାଜିବାରୁ ପଏଣ୍ଟ ଭାଗ ହୋଇଥିବା ବେଳେ ଅୟୋଜକ ଇଂଲଣ୍ଡ ବିପକ୍ଷରେ ଜୁନ ୩ରେ ୧୪ ରନ୍‌ରେ ବିଜୟୀ ହୋଇଥିଲା। ପାକିସ୍ତାନ ୱେଷ୍ଟଇଣ୍ଡିଜ ଠାରୁ ୭ଓ୍ଵିକେଟ୍‌, ଅଷ୍ଟ୍ରେଲିଆ ଠାରୁ ୪୧ ରନ୍‌ ଓ ବର୍ଷା ବାଧିତ ମ୍ୟାଚ୍‌ରେ ଭାରତ ଠାରୁ ୮୯ ରନ୍‌ରେ ପରାସ୍ତ ହୋଇଛି। ଆଗାମୀ ଦିନରେ ଦକ୍ଷିଣ ଆଫ୍ରିକା (ଜୁନ ୨୩), ନ୍ୟୁଜିଲାଣ୍ଡ (ଜୁନ ୨୬), ଆଫଗାନିସ୍ତାନ (ଜୁନ ୨୯) ଓ ବାଂଲାଦେଶ (ଜୁଲାଇ ୫) ବିପକ୍ଷରେ ମ୍ୟାଚ୍‌ ଖେଳିବ।

ସରଫରାଜ କହିଛନ୍ତି, ପ୍ରଦର୍ଶନ ଖରାପ ରହିଲେ ଖେଳାଳିଙ୍କୁ ଅପମାନ ସହ୍ୟ କରିବାକୁ ପଡ଼ିବ। ସେ କହିଛନ୍ତି, ଖରାପ ପ୍ରଦର୍ଶନକୁ ଭୁଲିଯାଇ ବାକି ମ୍ୟାଚ୍‌ରେ ଭଲ ପ୍ରଦର୍ଶନ କରିବା ଦରକାର ଅଛି।

ସମ୍ବନ୍ଧିତ ଖବର